୯ ଜଣିଆ ହାତୀ ଶିକାରୀ ଦଳକୁ ଗିରଫ କରିଛି ବୌଦ୍ଧ ପୋଲିସ

41

ବୌଦ୍ଧ:୯ ଜଣିଆ ହାତୀ ଶିକାରୀ ଦଳକୁ ଗିରଫ କରିଛି ବୌଦ୍ଧ ପୁଲିସ । ସେମାନଙ୍କ ପାଖରୁ ୨ଟି ହାତୀ ଦାନ୍ତ ଏବଂ ୩ଟି ଦେଶୀ ବନ୍ଧୁକ ସମେତ ଏକ ଟାଙ୍ଗିଆ ଜବତ ହୋଇଛି । । ପୁରୁଣାକଟକ ଥାନା ଅନ୍ତର୍ଗତ କଣ୍ଡରା, କାଚପାଜୁ ଅଂଚଳରେ ଏସଓଜି ଯବାନମାନଙ୍କ ଦ୍ୱାରା କମ୍ବିଂ ଅପରେସନ ଚାଲିଥିବାବେଳେ ଜଙ୍ଗଲରୁ ଏହି ୯ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ସୋମବାର ଏକ ହାତୀକୁ ମାରି ତାଠାରୁ ଦାନ୍ତ କାଢି ନେଇ ଶିକାରୀ ମାନେ ଯାଉଥିବାବେଳେ ଜଙ୍ଗଲରୁ ସେମାନଙ୍କୁ କାବୁ କରିଥିଲେ । ତେବେ ବୌଦ୍ଧ ପୁଲିସ ସେମାନଙ୍କୁ ଅଟକ ରଖି ଏହାର ଅଧିକ ତଦନ୍ତ ଜାରି ରଖିଛି । ସେମାନଙ୍କ ମଧ୍ୟରୁ ୬ ଜଣ କଟକ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ତିନି ଜଣ ପୁରୁଣାକଟକ ଥାନା ଅଂଚଳର ବୋଲି ଜଣାପଡିଛି । ଏମାନେ ହାତୀମାରି ଦାନ୍ତ ଚୋରି କରି ବାହାରେ ବିକ୍ରି କରିଆସୁଥିବା ପୁଲିସ କହିଛି ।