ସେନା ଅଧିକାରୀଙ୍କ ଦାଦାଗିରି ! ଥାନାରେ ପଶି ପୋଲିସଙ୍କୁ କହିଲେ , ପୁଣିଥରେ ଏଭଳି କାମ କଲେ କ’ଣ କରିବି ଭାବି ବି ପାରିବନି । ଦେଖନ୍ତୁ ଭିଡିଓ

1,215

କିଛି ସମୟ ପୂର୍ବରୁ ଆମେ ଆପଣଙ୍କୁ ଏକ ଖବର ଉପରେ ସୂଚନା ଦେଇଥିଲୁ । ଯେଉଁଥିରେ କିଭଳି ଜଣେ ସିନିୟର୍ ଅଫିସର ଯବାନଙ୍କୁ ନିଜ ବ୍ୟକ୍ତିଗତ କାମରେ ଲଗାଇ ଶୋଷଣ କରୁଛନ୍ତି । ଏବଂ ଯବାନଙ୍କ ପତ୍ନୀ ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ସୋସିଆଲ୍ ମିଡିଆରେ ଗୁହାରୀ କରିଥିଲେ । ତେବେ ଏଭଳି ଆଉ ଏକ ଭିଡିଓ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଭିଡିଓଟି ହେଉଛି ଅରୁଣାଞ୍ଚଳ ପ୍ରଦେଶର । ଏଠାରେ ଅରୁଣାଞ୍ଚଳ ସ୍କାଉଟ୍ ନାମକ ଏକ ବାଟାରଲିଆନ୍ ରହିଛି । ବୁଦ୍ଧ ମହୋତ୍ସବ ସମୟରେ ସେନାର ଦୁଇ ଯବାନଙ୍କୁ ଦଳବଦ୍ଧ ହୋଇ ମାରପିଟ୍ କରିବା ଆରୋପରେ ପୋଲିସ୍ ଉଠାଇ ଆଣିଥିଲା । ଏହାର ଖବର ଯେତେବେଳେ କର୍ଣ୍ଣେଲ୍ ପି.କେ.ଫିରଦୋସ୍ ଙ୍କ କାନକୁ ଗଲା ସେ ମେଜରଙ୍କ ସହ ଥାନାରେ ପହଞ୍ôଚଥିଲେ ଏବଂ ପୋଲିସକର୍ମୀଙ୍କୁ ଧମକାଇବାକୁ ଲାଗିଥିଲା । ଆଇଏଏସ୍ ସଂଘ କହିବା ଅନୁସାରେ କର୍ଣ୍ଣେଲ୍ ଜିଲ୍ଲା ମାଜିଷ୍ଟ୍ରେଟ୍ ,ଡିଏମ୍ ଏବଂ ଏସପିଙ୍କ ସହ ମଧ୍ୟ ଦୁର୍ବ୍ୟବହାର କରିବା ସହ ହାତାହାତି ମଧ୍ୟ ହୋଇଥିଲେ । ତେବେ ଏହି ସମୟରେ ପୋଲିସକର୍ମୀ କର୍ଣ୍ଣେଲଙ୍କ ଏକ ଧମକପୂର୍ଣ୍ଣ ଭିଡିଓକୁ କ୍ୟାମେରାରେ କଏଦ୍ କରି ଟ୍ୱିଟରରେ ପୋଷ୍ଟ କରିଥିଲେ । ଏହାପରେ ଶହେରୁ ଅଧିକ ଯବାନ ଥାନାକୁ ଆସି ଭଙ୍ଗାଭଙ୍ଗି କରିଥିଲେ ।

ତେବେ ବର୍ତ୍ତମାନ ସେନା ପକ୍ଷରୁ ଯବାନଙ୍କୁ ମିଥ୍ୟା ଅଭିଯୋଗରେ ଥାନାକୁ ନେଇ ପିଟିଥିବା କଥା କହୁଥିବା ବେଳେ ପୋଲିସ୍ ତରଫରୁ ଯବାନଙ୍କ ପକ୍ଷରୁୁ ମହୋତ୍ସବରେ ଜନତାଙ୍କ ସହ ଅଭଦ୍ରାମି ଏବଂ ମାରପିଟ କରିବା କଥା କୁହାଯାଉଛି । ତେବେ ପୋଲିସ୍ ପକ୍ଷରୁ ଆରୋପ ଅଛି ଯବାନ ଥାନା ବାହାରେ ଥିବା ୫ ଟି ଗାଡିକୁ ପୋଡିବା ସହ ଗୋଳାବାରୁଦକୁ ଛଡାଇ ନେଇଥିଲେ ।