ସମ୍ବଲପୁର କୁଚିଣ୍ଡାରେ ବଲିଉଡ୍ ଷ୍ଟାର । ବିଜେଡି ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କଲେ ଅଭିନେତା ଗୁଲସନ ଗ୍ରୋଭର ଓ ରିମି ସେନ୍

191

କନକ ବ୍ୟୁରୋ: ସମ୍ବଲପୁର କୁଚିଣ୍ଡାରେ ବଲିଉଡ୍ ଷ୍ଟାର । କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ପ୍ରଚାର କରିଛନ୍ତି ଅଭିନେତା ଗୁଲସନ ଗ୍ରୋଭର ଓ ରିମି ସେନ । ସମ୍ବଲପୁର ବିଜେଡି ଲୋକସଭା ପ୍ରାର୍ଥୀ ନଳୀନି ପ୍ରଧାନ ଓ କୁଚିଣ୍ଡା ବିଧାନସଭା ପ୍ରାର୍ଥୀ କିଶୋର ନାଏକଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି ଗୁଲସନ ଓ ରିମି । ବାମରା ମକର ପଡିଆରେ ବିଜେଡି ପକ୍ଷରୁ ଆୟୋଜିତ ଜନ ସମାବେଶରେ ଯୋଗ ଦେଇ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ଦେବାକୁ ନିବେଦନ କରିଛନ୍ତି ।

ବଲିଉଡର ଏହି ଦୁଇ ଷ୍ଟାରଙ୍କୁ ଦେଖିବାକୁ ପ୍ରବଳ ଭିଡ ହୋଇଥିଲା । ଝାରସୁଗୁଡା ବିଧାୟକ ପ୍ରାର୍ଥୀ ନବ ଦାସ ମଧ୍ୟ ଏହି ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଶୁକ୍ରବାର ଦିନ ବିଜେଡି ପ୍ରାର୍ଥୀଙ୍କ ପାଇଁ ରେଙ୍ଗାଲୀରେ ପ୍ରଚାର କରିଥିଲେ ବଲିଉଡ୍ ଷ୍ଟାର ଅମିଷା ପଟେଲ ଓ ଅଫତାବ ଶିବଦାସନି ।

ଆଜି ସରିବ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର । ସନ୍ଧ୍ୟା ସୁଦ୍ଧା ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର କାର୍ଯ୍ୟ ଶେଷ କରିବେ । ଶେଷ ଦିନ ଥିବାରୁ ସମସ୍ତ ପ୍ରାର୍ଥୀ ଆଜି ମାରାଥନ ପ୍ରଚାର କରିବେ । ଏହି ପର୍ଯ୍ୟାୟରେ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ଭୁବନେଶ୍ୱର , ପୁରୀ, କଟକ, ସମ୍ବଲପୁର, ଢ଼େଙ୍କାନାଳ ଓ କେନ୍ଦୁଝର ଲୋକସଭା କ୍ଷେତ୍ର ପାଇଁ ଭୋଟ୍ ଗ୍ରହଣ ହେବ । ସେହିପରି ଏହି ଲୋକସଭା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟର ମାନେ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।