ନବରାତ୍ରୀ ଆସିଲେ ମାଲମାଲ ହୋଇଯାଆନ୍ତି ବଲିଉଡ ସିଙ୍ଗର ! ଗୋଟିଏ ଗୋଟିଏ ରାତିରେ ଆୟ କରନ୍ତି ଲକ୍ଷ ଲକ୍ଷ ଟଙ୍କା

87

ଆଜିଠୁ ଆରମ୍ଭ ହୋଇଛି ନବରାତ୍ରୀ । ତେବେ ପ୍ରତିଥରର ନବରାତ୍ରୀ ବଲିଉଡ ସେଲିବିଟ୍ରିଙ୍କ ପାଇଁ ବେଶ ଖାସ୍ ହୋଇଥାଏ । ବେଶ୍ ଧୁମଧାମରେ ନବରାତ୍ରୀ ପାଳନ କରିଥାନ୍ତି ବଲିଉଡ ସେଲିବ୍ରିଟି । ତେବେ ଏହି ନବରାତ୍ରୀ ଅନେକ ସିଙ୍ଗରଙ୍କ ପାଇଁ ଖୁସି ଆଣି ଦେଇଥାଏ । କାରଣ ନବରାତ୍ରୀରୁ ହିଁ ସେମାନେ ପ୍ରବଳ ଟଙ୍କା ଆୟ କରିଥାନ୍ତି । ନବରାତ୍ରୀ ସମୟରେ ଗୋଟିଏ ଗୋଟିଏ ସୋ’ରେ ପାଇଁ ଅଧିକ ପାରିଶ୍ରମିକ ନେଇଥାନ୍ତି ବଲିଉଡ ଗାୟକ । ତେବେ ଜାଣିଛନ୍ତି କି ନବରାତ୍ରୀ ସମୟରେ ଗୋଟିଏ ଗୋଟିଏ ସୋ’ କରି କେତେ ଟଙ୍କା ଆୟ କରିଥାନ୍ତି ବଲିଉଡ ଗାୟକ ।

mikaମିକା ସିଂ: ବଲିଉଡରେ ନିଜ ସଙ୍ଗୀତରେ ଦର୍ଶକଙ୍କ ମନ ଜିଣିଥିବା ମିକା ସିଂ ନବରାତ୍ରୀ ସମୟରେ ଅଧିକ ଝଲସିଥାନ୍ତି । ନିଜ ସଙ୍ଗୀତରେ ଦର୍ଶକ ମାନଙ୍କୁ ମତୁଆଲା କରୁଥିବା ମିକାଙ୍କ ଡିମାଣ୍ଡ ନବରାତ୍ରୀ ସମୟରେ ବେଶ୍ ଅଧିକ । ଏପରିକି ନବରାତ୍ରୀ ସମୟରେ ଗୋଟିଏ ସୋ’ ପାଇଁ ମିକା ୩୦ରୁ ୩୫ ଲକ୍ଷ ଟଙ୍କା ନେଇଥାନ୍ତି । ଯାହା ତାଙ୍କ ଲୋକପ୍ରିୟତାକୁ ଦର୍ଶାଉଛି । ତେଣୁ ମିକାଙ୍କୁ ନବରାତ୍ରୀର ଷ୍ଟାର କୁହାଯାଏ ।

କୁମାର ସାନୁ : ବଲିଉଡ ଫିଲ୍ମର ସୁପରହିଟ ଗାୟକ କୁମାର ସାନୁଙ୍କୁ କିଏ ବା ନ ଜାଣେ । ହିନ୍ଦୀ ଫିଲ୍ମରେ ଅନେକ ସୁପରହିଟ୍ ଗୀତ ଗାଇଛନ୍ତି ସାନୁ । ବିଭିନ୍ନ ଲୋକ ଅନେକ ସମୟରେ କୁମାର ସାନୁଙ୍କ ଗୀତ ଗୁଣୁଗୁଣୁ କରିଥିବାର ଆପଣ ଶୁଣିଥିବେ । କିନ୍ତୁ ଗତ କିଛି ଦିନ ହେବ କୁମାର ସାନୁ ବଲିଉଡରୁ ଏକରକମ ଦୂରେଇ ଯାଇଛନ୍ତି । ହିନ୍ଦୀ ଫିଲ୍ମରେ ଏବେ ଆଉ ତାଙ୍କ କଣ୍ଠସ୍ୱର ପ୍ରାୟତଃ ଶୁଭୁନାହିଁ । କିନ୍ତୁ ନବରାତ୍ରୀ ପାଇଁ କୁମାର ସାନୁଙ୍କ ପ୍ରବଳ ଚାହିଦା ରହିଛି । ଅନେକ ଅନୁଷ୍ଠାନ ନିଜର ସୋ’ ପାଇଁ କୁମାର ସାନୁଙ୍କୁ ଖୋଜିଥାନ୍ତି । ଆଉ ଏହାର ଫାଇଦା ମଧ୍ୟ ଉଠାଇଥାନ୍ତି କୁମାର ସାନୁ । ନବରାତ୍ରୀ ସମୟରେ ଗୋଟିଏ ରାତିର ସୋ’ ପାଇଁ କୁମାର ୧୫ରୁ ୨୦ ଲକ୍ଷ ଟଙ୍କା ଦାବି କରିଥାନ୍ତି ।

Himesh-Reshammiya-nasal-singingହିମେଶ ରେଶମିଆ : ଗାୟକ, ସଂଗୀତ ନିର୍ଦ୍ଦେଶକ, ଅଭିନେତା ତଥା ପ୍ରଯୋଜକ ଭାବେ ଖ୍ୟାତି ଅର୍ଜନ କରିଛନ୍ତି ହିମେଶ ରେଶମିଆ । ଗୋଟିଏ ସମୟରେ ବଲିଉଡରେ ରାଜ୍ କରୁଥିଲେ ହିମେଶ । ଯୁବଗୋଷ୍ଠୀଙ୍କୁ ଆକର୍ଷିତ କଲାଭଳି ଗୀତ ଗାଇ ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ ହିମେଶ । ପ୍ରତ୍ୟେକ ଫିଲ୍ମରେ ହିମେଶଙ୍କ ଗୀତ ଶୁଣିବାକୁ ମିଳୁଥିଲା । ଏପରିକି ହିମେଶଙ୍କ ଗୀତ ବାଜିଲେ ଏବେ ମଧ୍ୟ ପାଦ ଅଧିର ହୋଇ ଉଠେ । ଏବେ ସଙ୍ଗୀତ ନିର୍ଦ୍ଦେଶକ ଭାବେ କାମ କରୁଥିବାରୁ ବହୁତ କମ ଗୀତ ଗାଉଛନ୍ତି ହିମେଶ । କିନ୍ତୁ ଏବେ ବି ହିମେଶଙ୍କ ଜଲୱା ଦେଖିବାକୁ ମିଳୁଛି । ତାଙ୍କ କଣ୍ଠରୁ ଗୀତ ଶୁଣିବା ପାଇଁ ଏବେ ମଧ୍ୟ ଚାହିଁ ବସିଛନ୍ତି ଦର୍ଶକ । ନବରାତ୍ରୀ ସମୟରେ ହିମେଶଙ୍କ ପାରିଶ୍ରମିକ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ । କାରଣ ଏହି ସମୟରେ ଗୋଟିଏ ରାତି ସୋ’ କରିବା ପାଇଁ ୩୦ରୁ ୩୫ ଲକ୍ଷ ଟଙ୍କା ନେଇଥାନ୍ତି ହିମେଶ ।

ନେହା କକ୍କର : ସଫଳତାର ଗୋଟିଏ ପରେ ଗୋଟିଏ ସିଢି ଚାଲିଛନ୍ତି ବଲିଉଡ ସିଙ୍ଗର ନେହା କକ୍କର । ସେ କାଲା ଚଷମା ହେଉ ଅବା ଲଣ୍ଡନ ଠୁମୁକ ଦା ପ୍ରତି ଗୀତରେ ଦର୍ଶକଙ୍କୁ ମତୁଆଲା କରୁଛନ୍ତି ନେହା । ଏହି ଚୁଲବୁଲି ସିଙ୍ଗର ଜଣକ ଏବେ ଇଣ୍ଟରନେଟରେ ବେଶ ଚର୍ଚ୍ଚିତ । ଦିଲ୍ଲୀ ନବରାତ୍ରୀ ପାର୍ଟିରେ ବେଶ ଲୋକପ୍ରିୟ ନେହା । ତେଣୁ ପ୍ରତି ରାତିର ସୋ’ ପାଇଁ ୧୫ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଦାବି କରିଥାନ୍ତି ନେହା ।

bhumiଭୂମି ତ୍ରିବେଦୀ : ଇଣ୍ଡିଆନ ଆଇଡଲ ମାଧ୍ୟମରେ ବଲିଉଡ ଟିକଟ ପାଇଥିବା ଭୂମି ତ୍ରିବେଦୀ ଏବେ ନିଜ ଗୀତର ଯାଦୁରେ ଦର୍ଶକଙ୍କୁ ଖୁବ୍ ଝୁମାଉଛନ୍ତି । ସେ ରୋମାଣ୍ଟିକ ହେଉ ଅବା ଆଇଟମ ସଙ୍ଗ ସବୁୁଥିରେ ମାହିର ଭୂମି । ଏହାର ଝଲକ ମଧ୍ୟ ରାମଲୀଳା ଫିଲ୍ମ ଟାଇଟଲ ସଙ୍ଗରେ ଦେଖିବାକୁ ମିଳିଛି । ତେବେ ନବରାତ୍ରୀରେ ସୋ’ କରିବା ପାଇଁ ଭୂମି ପ୍ରାୟ ୪୦ ଲକ୍ଷ ଟଙ୍କା ନେଇଥାନ୍ତି ।

ଅଙ୍କିତ ତିୱାରୀ : ବଲିଉଡର ରୋମାଣ୍ଟିକ ଗାୟକ ଅଙ୍କିତ ତିୱାରୀ ଏକ ଭିଲେନ ଫିଲ୍ମର ଗଲିଆଁ ଗଲିଆଁ ଗୀତ ଗାଇ ଦର୍ଶକଙ୍କ ହୃଦୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ଗାଇ ବଲିଉଡରେ ଧମାଲ କରୁଛନ୍ତି ଅଙ୍କିତ । ତେବେ ନବରାତ୍ରୀରେ ତାଙ୍କ ଡିମାଣ୍ଡ କାହିଁରେ କଣ? ନବରାତ୍ରୀରେ ଗୋଟିଏ ସୋ’ କରିବା ପାଇଁ ୧୦ରୁ ୧୫ ଲକ୍ଷ ଟଙ୍କା ଦାବି କରିଥାନ୍ତି ଅଙ୍କିତ ।