ବଲିିଉଡ କଳାକାରଙ୍କ ଘରେ ଚାଲିଛି ଗଣେଷ ପୂଜା ବିସର୍ଜନ । ଅଭିନେତ୍ରୀ ଶିଳ୍ପା ସେଠୀ କଲେ ଗଣପତିଙ୍କ ବିସର୍ଜନ । ଶିଳ୍ପା ତାଙ୍କ ପରିବାର ସହିତ ଗଣପତି ବାପାଙ୍କ ମୂର୍ତିକୁ ବଡ଼ ଧୁମଧାମରେ ବିସର୍ଜନ କରିଛନ୍ତି । ବିସର୍ଜନ ସମୟରେ ପୁରା ପରିବାର ଡ଼୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଉର୍ବଶୀ ରୋତକ ମଧ୍ୟ ପୂରା ପରିବାର ସହିତ ମିଶି ବାପାଙ୍କ ମୂର୍ତି ବିସର୍ଜନ କରିଛନ୍ତି । ଯାହାର କିଛି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି । ସେହିପରି ବଲିଉଡ଼ ଷ୍ଟାରଙ୍କ ଘରେ ଗଣେଶ ଚତୁର୍ଥୀର ଧୁମ ଲାଗିଛି । ସଲମାନ ଖାନଙ୍କ ଭଉଣୀ ଅର୍ପିତାଙ୍କ ଘରେ ଗଣପତି ବାପାଙ୍କ ବିସର୍ଜନ କରାଯାଇଛି ।
ବିସର୍ଜନ ପୂର୍ବରୁ ଅର୍ପିତା ଏକ ଭବ୍ୟ ପୂଜାର ଆୟୋଜନ କରିଥିଲେ । ଯେଉଁଥିରେ ଖାନ ପରିବାରର ସମସ୍ତ ସଦସ୍ୟ ନଜର ଆସିଥିଲେ । ଏହା ସହ ସଲମାନଙ୍କ ପିତା ସଲିମ ଖାନ, ମା ସଲମା ଖାନ ମଧ୍ୟ ଗଣେଶଙ୍କ ଆରତୀ କରିଥିବା ଦେଖିବାକୁ ମିଳିଥିଲା । ଅର୍ପିତାଙ୍କ ଘରେ ଗଣେଶ ମୂର୍ତି ବିସର୍ଜନ ଅବସରରେ ବଲିଉଡ଼ ନାମିଦାମି ଷ୍ଟାରକାଷ୍ଟ ମଧ୍ୟ ନଜର ଆସିଥିଲେ । ସଂଜୟ ଦର୍ତ ତାଙ୍କ ପତ୍ନୀ ମାନ୍ୟତା ଦତ ମଧ୍ୟ ଗଣପତିଙ୍କ ବିସର୍ଜନ ଅବସରରେ ଅର୍ପିତାଙ୍କ ଘରେ ନଜର ଆସିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/shilpa1.jpg)
/kanak/media/post_attachments/wp-content/uploads/2018/09/ganesh-chaturthi-7_091518121913-300x212.jpg)