ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବଲିଉଡର ୟଙ୍ଗ ଜେନେରେସନ । ଏନେଇ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁ ଫଟୋରେ ମୋଦିଙ୍କ ଓ ବଲିଉଡର ଅନ୍ୟ କଳାକାରମାନଙ୍କୁ ଏକାଠି ଦେଖିବାକୁ ମିଳିଛି । ରଣବୀର ସିଂହ,ରଣବୀର କପୁର,ଆଲିଆ ଭଟ୍ଟ,ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର, ନିର୍ଦ୍ଦେଶକ ରୋହିତ୍ ସେଟ୍ଟୀଙ୍କ ଭଳି ଅନେକ ବଲିଉଡ୍ ଷ୍ଟାର ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଲୀ ଯାଇ ଭେଟିଛନ୍ତି ।
Had an extensive and fruitful interaction with a delegation from the film and entertainment industry.
The delegation spoke about the strides being made by the film and entertainment industry, and gave valuable inputs relating to GST for their sector. https://t.co/ulQMtxTJQjpic.twitter.com/n4Dn38EJLr
— Narendra Modi (@narendramodi) December 18, 2018
କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ବଲିଉଡର ଆଗଧାଡ଼ିର ପ୍ରଯୋଜକଙ୍କ ସହ ବୈଠକ କରି ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡ଼ିତ ଅନେକ ବିଷୟ ଉପରେ ଆଲୋଚନା କରିଥିଲେ । ଯାହା ପରେ ଫିଲ୍ମ ଟିକେଟ ଉପରୁ ଜିଏସଟିକୁ ହଟାଇ ଦିଆ ଯାଇଥିଲା । ଏବେ ପୁଣି ବଲିଉଡର କଳାକାର,ପ୍ରଯୋଜକ ଏବଂ ନିର୍ଦ୍ଦେଶକମାନଙ୍କୁ ନେଇ ପୁଣି ଗୁରୁବାର ବୈଠକ ବସିଥିଲା ବୋଲି ଜଣାପଡ଼ିଛି । କିନ୍ତୁ କ’ଣ ପାଇଁ ଏହି ବୈଠକ ଡ଼କାଯାଇଥିଲା ତାହା ଏ ପର୍ୟ୍ୟନ୍ତ ସ୍ପଷ୍ଟ ହୋଇ ପାରି ନ ଥିବା ବେଳେ ବୈଠକର ଆୟୋଜନ କରଣ ଜୋହର କରିଥିଲେ ସୁଚନା ରହିଛି । ତେବେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ବଲିଉଡର ଯୁବ ତାରକାମାନେ ଏକ ସେଲ୍ଫି ନେଇଥିଲେ। ଏହି ସେଲ୍ଫି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।
ଏହି ବୈଠକରେ ଯୋଗ ଦେବା ପାଇଁ ଅଭିନେତା ଆୟୁଷ୍ମାନ ଖୁରାନା, ରଣବୀର କପୁର,ରାଜକୁମାର ରାଓ,ରଣବୀର ସିଂହ,ସିଦ୍ଧାର୍ଥ ମଲହୋତ୍ରା,ବିକି କୌଶଲ,ବରୁଣ ଧଓ୍ଵନ,ଅଭିନେତ୍ରୀ ଭୂମି ପେଡ୍ନେକର,ଆଲିଆ ଭଟ୍ଟ, ପ୍ରଯୋଜିକା ଏକତା କପୁର ପ୍ରମୁଖ ଯୋଗ ଦେଇଥିବା ଜଣାପଡ଼ିଛି । ସମସ୍ତେ ମିଶି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସେଲଫି ନେଇଥିବା ବେଳେ ଏବେ ତାହା ଭାଇରାଲ ହୋଇଛି ।