ନୀଳଗିରି ଡାକ୍ତରଖାନାରେ ମୃତ ଶିଶୁକୁ ଟ୍ରଲିରେ ବୋହିବା ଘଟଣା ! ତଦନ୍ତ ପାଇଁ ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

31

କନକ ବ୍ୟୁରୋ: ନୀଳଗିରିରେ ମୃତଦେହ ଟ୍ରଲିରେ ବୁହାହେବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା । ବାଲେଶ୍ୱର ଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ କରି, ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । ସୂଚନା ମୁତାବକ, ବାଲେଶ୍ୱର ଜିଲ୍ଲା ନୀଳଗିରି ଡାକ୍ତରଖାନାରେ ଜଣେ ୬ବର୍ଷ ଶିଶୁର ମୃତଦେହ ନେବାପାଇଁ ପରିବାର ଲୋକଙ୍କୁ ମହାପ୍ରୟାଣ ଗାଡି ମିଳିନଥିଲା । ପାଖରେ ଟଙ୍କା ନଥିବାରୁ ବାଧ୍ୟହୋଇ, ମୃତଦେହକୁ ଏକ ଟ୍ରଲିରେ ବୋହି ଘରକୁ ନେଇଥିଲେ ।

ନୀଳଗିରି ୧୧ ନମ୍ବର ୱାର୍ଡ, ଷ୍ଟେସନ ସାହିର ସୁନାରାମ ସିଂଙ୍କ ନାବାଳକ ପୁଅ ଆଜି ଭୋରୁ ହଠାତ ଅଚେତ ହୋଇପଡିଥିଲା । ପରିବାର ଲୋକେ ତାକୁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରିଥିବାବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ତେବେ ଅର୍ଥାଭାବରୁ କଳାହାଣ୍ଡିର ଦାନ ମାଝୀ ନିଜ ପତ୍ନୀଙ୍କ ମୃତଦେହ କାନେ୍ଧଇ ୧୦ କିଲୋମିଟର ଚାଲିଥିଲେ । ଏହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ହେବା ପରେ, ରାଜ୍ୟ ସରକାର ମହାପ୍ରୟାଣ ଯୋଜନାର ଆରମ୍ଭ କଲେ । ହେଲେ ଏବେ ବି ଅନେକ ଲୋକ, ଏହି ସେବା ପାଇବାରୁ ବଂଚିତ ହେଉଥିବାରୁ ଯୋଜନାର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –