କନକ ବ୍ୟୁରୋ: ମିଳିଲା ଦେବବ୍ରତଙ୍କ ମୃତଦେହ । କାଠଯୋଡି ବ୍ରିଜ୍ ଉପରୁ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ନିଆଳିର ଦେବବ୍ରତ ମହାପାତ୍ରଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି । ନିଆଳି ରାହାମ୍ବା ନିକଟରୁ ତାଙ୍କ ମୃତଦେହ ମିଳିଛି । ଗତ ବୁଧବାର ଦିନ ସ୍ତ୍ରୀ ଓ ୬ବର୍ଷର ପୁଅକୁ ପୋଲ ଉପରେ ଠିଆ କରି ହଠାତ୍ ନଇ ଭିତରକୁ ଡେଇଁ ପଡିଲେ ଦେବବ୍ରତ । ସପ୍ତାହେ ଧରି ଚାଲିଥିବା ସର୍ଚ୍ଚ ଅପରେସନ ପରେ ଆଜି ଦେବବ୍ରତଙ୍କର ମୃତଦେହକୁ ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ । ତେବେ ଓଡ୍ରାଫ, ଅଗ୍ନିଶମ ଟିମ୍ ଏବଂ ସ୍କୁବା ଡାଇଭର ପାଣି ଭିତରେ ବୁଡି ଖୋଜାଖୋଜି ଜାରି ରଖିଥିଲେ ସୁଦ୍ଧା ନିଖୋଜ ଦେବଦତଙ୍କ ପତା ମିଳିନଥିଲା । ୪ ଟି ୱାଟର ବୋଟରେ ୪୦ରୁ ଅଧିକ ଉଦ୍ଧାରକାରୀ ଆଉ ତାସହ ଅଭିଜ୍ଞ ସ୍ୱୁବା ଡାଇଭର ପାଣି ଭିତରେ ପଶି ଘଂଟା ଘଂଟା ଧରି ଅନବରତ ପ୍ରୟାସ କରିଥିଲେ ସୁଦ୍ଧା ତାଙ୍କର କୌଣସି ପତା ମିଳିପାରିନଥିଲା ।
ଗତ ବୁଧବାର ସ୍ତ୍ରୀ ଓ ପୁଅକୁ ପୋଲ ଉପରେ ଛାଡି ସେମାନଙ୍କ ସାମନାରେ ନଦୀ ଭିତରକୁ ଡେଇଁପଡିଥିଲେ ଦେବବ୍ରତ । ଦେବବ୍ରତଙ୍କ ଘର ନିଆଳି ଅଂଚଳରେ ହୋଇଥିବାବେଳେ ସେ ପୁଅ ଓ ସ୍ତ୍ରୀଙ୍କୁ ସାଙ୍ଗରେ ନେଇ କଟକ ଆସୁଥିଲେ । ପାରିବାରିକ କଳହଯୋଗୁଁ ସେ କାଠଯୋଡି ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ କରାଯାଉଥିବା ବେଳେ ଏଥିପାଇଁ ସ୍ତ୍ରୀ ଓ ଶ୍ୱଶୁର ଘର ଦାୟୀ ବୋଲି ଅଭିଯୋଗ କରିଥିଲେ ଦେବବ୍ରତଙ୍କ ପରିବାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/10/DEBABRATA.jpg)
/kanak/media/post_attachments/wp-content/uploads/2019/10/Screen-Shot-2019-10-16-at-11.40.35-AM-300x227.png)