୧୨ ଦିନ ପରେ ମଧ୍ୟପ୍ରଦେଶ ସ୍କୁଲବସରୁ ଅପହରଣ ହୋଇଥିବା ଜାଆଁଳା ଭାଇଙ୍କ ଶବ ପାଇଲା ପୋଲିସ୍ ! ହାତଗୋଡ ବାନ୍ଧି ଯମୁନାରେ ଭସାଇ ଦେଇଥିଲେ ଦୁର୍ବୃତ ।

762

ମଧ୍ୟପ୍ରଦେଶରେ କିଛି ଦିନ ତଳେ ଏକ ସ୍କୁଲ ବସରୁ ଅପହରଣ ହୋଇଥିବା ଦୁଇ ଜାଆଁଳା ଭାଇଙ୍କ ଶବକୁ ପୋଲିସ୍ ଜବତ କରିଛି । ଦୁଇ ଶିଶୁଙ୍କ ଶବକୁ ପୋଲିସ୍ ଉତ୍ତରପ୍ରଦେଶର ବାନ୍ଦାରୁ ଜବତ କରିଛି । ଶିଶୁଙ୍କ ନାଁ ଦେବାଶଂ ଏବଂ ପ୍ରିୟାଶଂ କୁହାଯାଉଥିବା ବେଳେ ବାପାଙ୍କ ଠାରୁ ୨୦ ଲକ୍ଷ ଟଙ୍କା ନେବା ପରେ ବି ଅପହରଣକାରୀ ଦୁଇ ଶିଶୁଙ୍କ ହତ୍ୟା କରି ଶବକୁ ଯମୁନା ନଦୀରେ ଭସାଇ ଦେଇଥିଲେ ।

ଏହି ମାମଲାରେ ପୋଲିସ୍ ୬ ଜଣ ଅପରାଧିଙ୍କୁ ଗିରଫ କରିଛି । ଫେବୃୟାରୀ ୧୨ ତାରିଖରେ ସତନାର ଏକ ସ୍କୁଲ ବସରୁ ଏହି ଦୁଇ ପିଲାଙ୍କୁ ଦୁଇଜଣ ଅପହରଣକାରୀ ଉଠାଇ ନେଇଥିଲେ । ସୁଚନା ମୁତାବକ ଅପହରଣକାରୀ ଦୁଇ ପିଲାଙ୍କୁ ପଚାରିଥିଲେ ଯେ କ’ଣ ତୁମେ ଆମକୁ ଚିହ୍ନିନେବ? ଏହି ପ୍ରଶ୍ନରେ ନିଷ୍କପଟ ପିଲା ଦୁଇଟି ହଁ କହିଥିଲେ । ଏହାପରେ ଅପହରଣକାରୀ ଦୁଇ ପିଲାଙ୍କ ହାତଗୋଡ ବାନ୍ଧି ଯମୁନା ନଦୀରେ ଫୋପାଡି ଦେଇଥିଲେ । ଅପହରଣର ୧୨ ଦିନ ପରେ ମଧ୍ୟ ମଧ୍ୟପ୍ରଦେଶ ପୋଲିସର ଅସଫଳତା ଆଗକୁ ଆସିଛି ।

ଏହି ଅପରାଧ ଘଟାଇଥିବା ୬ ଜଣ ଅପରାଧି ପେଶାରେ ଅପହରଣକାରୀ ହୋଇନଥିବା ବେଳେ ସର୍ଟକଟ୍ ମାଧ୍ୟମରେ ଟଙ୍କା ରୋଜଗାର ପାଇଁ ଏଭଳି କାଣ୍ଡ ଭିଆଇଥିବା କଥା ପୋଲିସ୍ ଆଗରେ ସ୍ୱୀକାର କରିଥିଲେ । ଗିରଫ ହୋଇଥିବା ଅପରାଧିଙ୍କ ଭିତରେ ଜଣେ କୋଚିଙ୍ଗ୍ ପଢାଉଥିବା ଶିକ୍ଷକ,ଜଣେ ଗାର୍ଡଙ୍କ ପୁଅ,ଜଣେ ବିଟେକ୍ ଛାତ୍ର ଏବଂ ଜଣେ ପୁରୋହିତଙ୍କ ପୁଅ ସାମିଲ୍ ଅଛନ୍ତି ।