କନକ ବ୍ୟୁରୋ: ଭୁବନେଶ୍ବରରେ ଗୋଟିଏ ବି ତରଳ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନଥିବାବେଳେ ଏବେ ସେସପୁଲ୍ ଗାଡ଼ି ଲୋକଙ୍କ ଘରୁ ସଂଗ୍ରହ କରୁଥିବା ପାଇଖାନା ଆବର୍ଜନାକୁ କେଉଁଠି ପକାଇବେ ଚିନ୍ତା ଘାରିଲାଣି। ସହର ବାହାରେ ଆବର୍ଜନା ଗଦା ହେଉଥିବା ସ୍ଥାନରେ କେତେକ ଗାଡ଼ି ଏହାକୁ ଢାଳୁଥିବା ବେଳେ ଆଉ କିଛି ନିଛାଟିଆ ରାସ୍ତା ଦେଖି ରାସ୍ତା କଡ଼ରେ ଏହାକୁ ଢାଳି ଦେଉଛନ୍ତି। କିନ୍ତୁ ରାସ୍ତା କଡ଼ରେ ତଳର ବର୍ଜ୍ୟବସ୍ତୁ ଢାଳିବା ବେଆଇନ୍ ହୋଇଥିବାରୁ ବିଏମସି ପକ୍ଷରୁ ଏବେ ଜରିମାନା ଆଦାୟ କଡ଼ାକଡ଼ି ହୋଇଛି।
ଗାଡ଼କଣ ଅଞ୍ଚଳରେ ଏକ ସେସପୁଲ୍ ଗାଡ଼ି ପାଇଖାନା ଆବର୍ଜନା ରାସ୍ତା କଡ଼ରେ ଗଦାଉଥିବାରୁ ଏହି ଗାଡ଼ି ମାଲିକଙ୍କ ଠାରୁ ବିଏମସିର ଉତ୍ତର ଜୋନ୍ ପକ୍ଷରୁ ୭ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ଏହାସହ ଗାଡ଼ିକୁ ଜବତ କରି ଚନ୍ଦ୍ରଶେଖରପୁର ଥାନାରେ ଜିମା ଦିଆଯାଇଛି। ଗାଡ଼ି ମାଲିକ ଭବିଷ୍ୟତରେ ଏପରି ଭୁଲ୍ କରିବେନି ବୋଲି ଅଣ୍ଡରଟେକିଂ ଦେବା ପରେ ଗାଡ଼ିକୁ ଛଡ଼ା ଯାଇଥିବା ବିଏମସି ପକ୍ଷରୁ କୁହାଯାଇଛି। ଏହାପରେ ବିଏମସିର ଡେପୁଟି କମିସନର (ସାନିଟେସନ୍) କହିଛନ୍ତି ଯେ, ଏଣିକି ଯେଉଁ ସେସପୁଲ୍ ଗାଡ଼ି ସର୍ବସାଧାରଣଙ୍କ ଯାତାୟାତ ସ୍ଥାନରେ ଯଦି ତରଳ ଆବର୍ଜନା ଗଦାଇବେ ତେବେ ତାଙ୍କ ଠାରୁ ୭ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/1-9.jpg)
/kanak/media/post_attachments/wp-content/uploads/2019/07/2-7-300x224.jpg)