boyକନକ ବ୍ୟୁରୋ : ବ୍ଲୁ ହ୍ୱେଲ ଗେମ୍ ଜାଲରେ ଓଡ଼ିଶାର ଯୁବପୀଢି । ଆଶ୍ଚର୍ଯ୍ୟ କଲା ଭଳି ଖବର ହେଉଛି ସହରରୁ ଗାଁ କୁ ହେଉଁଛି ଏହି ମୃତ୍ୟୁର ଖେଳ । ମୃତ୍ୟୁକୁ ନିମନ୍ତ୍ରଣ କରୁଥିବା ଏହି ମୋବାଇଲ ଖେଳ ମୋହରେ ପଡିଥିବା ଗଂଜାମ ହିଂଜିଳିର ଜଣେ ଇଂଜିନିୟର ଛାତ୍ରଙ୍କୁ ଉଦ୍ଧାର କରିଛି ପୁଲିସ । କିଛି ଦିନ ହେବ ଏହି ଗେମ ଖେଳିବା ପରେ ବଦଳିଯାଇଥିଲା ଏହି ଛାତ୍ରଙ୍କ ବ୍ୟବହାର । ୪ଟି ସୋପାନ ଅତିକ୍ରମ କରିଥିବା ଏହି ଛାତ୍ର ଫେସବୁକରେ ଏକ ଫଟୋ ଛାଡିବା ପରେ ପଦାକୁ ଆସିଲା ଘଟଣା ।

Advertisment

ରାତି ଅଧରେ ଜଣେ ଯୁବକ ମଦ ପିଇ ନିଜ ପେଟ ଓ ହାତକୁ କାଟି ଦେବା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି । ବ୍ଲ ହ୍ୱେଲ ଗେମର ନିର୍ଦ୍ଦେଶ ଅନୁସାରେ କାମ କରିବି ବୋଲି ଜିଦ ଧରିିଥିଲେ ସଂପୃକ୍ତ ଯୁବକ । ପୁଲିସର ସହାୟତାରେ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତି କରାଯାଇଛି । କିଛି ଦିନ ହେବ ପରିବାର ସହ ସଂପର୍କ ତୁଟାଇ ମୃତ୍ୟୁର ଖେଳରେ ମାତିଥିଲେ ଏହି ଯୁବକ । ୨୦ ଷ୍ଟେପ୍ ଅତିକ୍ରମ କରିଥିବା କହିଛନ୍ତି ତାଙ୍କର ସଂପର୍କୀୟ ।

ବ୍ଲୁ ହ୍ୱେଲ ଗେମ୍ ହେଉଛି ଏପରି ଖେଳ ଯାହା ମୃତ୍ୟୁକୁ ନିମନ୍ତ୍ରଣ କରିଥାଏ । ଥରେ ଏହି ନିଶାରେ ଫସିଗଲେ ବାହାରିବା ବାଟ ମିଳିନଥାଏ । ବିଭିନ୍ନ ପର୍ଯ୍ୟାୟରେ ନିଜକୁ ଯନ୍ତ୍ରଣା ଦେବା ପାଇଁ କୁହାଯାଇଥାଏ । ୫୦ତମ ଷ୍ଟେପରେ ଥାଏ ଆତ୍ମହତ୍ୟା କରିବା ପାଇଁ ନିର୍ଦ୍ଦେଶ ।