ବ୍ଳକଗ୍ରାଂଟ ଶିକ୍ଷକଙ୍କ ଆନ୍ଦୋଳନ ଜାରି ! ଉଚ୍ଚ ଶିକ୍ଷାମନ୍ତ୍ରୀ କହିଲେ, କେତେବେଳେ ବି ବାହାରିପାରେ ନିଷ୍କର୍ସ

30

କନକ ବ୍ୟୁରୋ: ୧୪ଦିନରେ ପହଂଚିଛି ଶିକ୍ଷକ ଓ ଅଧ୍ୟାପକଙ୍କ ଆନ୍ଦୋଳନ । ଲୋୟର ପିଏମଜିରେ ୧୪ଦିନ ହେଲା ଶିକ୍ଷକ ଓ ଅଧ୍ୟାପକମାନେ ଆନ୍ଦୋଳନ ଜାରି ରଖିଥିଲେ ବି ଏଯାଏଁ ସମାଧାନର ବାଟ ବାହାରିନାହିଁ । ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ଅନନ୍ତ ଦାସ । ଆନ୍ଦୋଳନରତ ଶିକ୍ଷକ ଓ ଅଧ୍ୟାପକଙ୍କ ସହ ଆଲୋଚନା ଜାରି ରହିଛି ଓ କେତେବେଳେ ବି ନିଷ୍କର୍ସ ବାହାରିପାରେ ବୋଲି ଅନନ୍ତ ଦାସ କହିଛନ୍ତି ।

ସମାନ କାମକୁ ସମାନ ଦରମା ବାସ୍ତବରେ ଲାଗୁ କରିବା କଷ୍ଟକର ବୋଲି ମନ୍ତ୍ରୀ କହିଛନ୍ତି । ଆଜି ଅଧ୍ୟାପକ ସଂଘ ଓ ସରକାରଙ୍କ ମଧ୍ୟରେ ଆଲୋଚନା ହେବ । ଅନ୍ୟପଟେ ଯଦି ଆଲୋଚନା ମାଧ୍ୟମରେ ବାଟ ନଫିଟେ ତେବେ ଆଗାମୀ ଦିନରେ ଆନ୍ଦୋଳନ ଭୟାବହ ହେବ ବୋଲି ମିଳିତ ମଂଚ ପକ୍ଷରୁ କୁହାଯାଇଛି ।

ସେହିପରି ଗୁରୁ ଦିବସକୁ କଳା ଦିବସ ରୂପେ ପାଳନ କରାଯିବ ବୋଲି ମିଳିତ ମଂଚ ପକ୍ଷରୁ କୁହାଯାଇଛି । ଏହି ଆନ୍ଦୋଳନକୁ କେରଳ , ପଶ୍ଚିମବଂଙ୍ଗ, ମହାରାଷ୍ଟ, ଆନ୍ଧ୍ରପ୍ରଦେଶ ଶିକ୍ଷକ ଆସୋସିଏସନ ମଧ୍ୟ ସମର୍ଥନ ଜଣାଇଛନ୍ତି ।