‘କଳାବତୀ’ର କାହାଣୀ ! ସମ୍ବଲପୁରରେ ଚାଷ ହେଉଛି ବିରଳ କଳା ଧାନ, ଚାଉଳରେ ରହିଛି ଔଷଧିୟ ଗୁଣ, କିଲୋ ପ୍ରତି ବିକ୍ରି ହେଉଛି ୨ଶହରୁ ୩ଶହ ଟଙ୍କା

270

କନକ ବ୍ୟୁରୋ: ସମ୍ବଲପୁର ଯୁଯୁମରା ବୀରସିଂହପଡାରେ ଚାଷ ହେଉଛି କଳାଧନ ଚାଷ । ଧାନଗଛଠାରୁ ଆରମ୍ଭ କରି ଚାଉଳ ମଧ୍ୟ କଳା ଥିବା ବେଳେ ଏଥିରେ ଭରି ରହିଛି ଔଷଧୀୟ ଗୁଣ । ଏବେ ଏହି ଧାନ କିଲୋ ପ୍ରତି ୨ ଶହରୁ ୩ ଶହ ଟଙ୍କାରେ ବିକ୍ରି ହେଉଛି ।

ସମ୍ବଲପୁରରେ ହେଉଛି କଳାଧାନ ଚାଷ । ଯୁବ ଚାଷୀ ଚେତନ ଯୁଯୁମୁରା ବିରସିଂହପଡାରେ ଫାର୍ମ ହାଉସରେ ୧୦ ଏକର ଜମିରେ କଳା ଧାନ ଚାଷ କରିଛନ୍ତି । ରାଜ୍ୟର ବିଲୁପ୍ତ ପ୍ରାୟ ଏହି କଳାଧାନ ବିହନକୁ ନେଇ ଧାଡି ପ୍ରଣାଳୀରେ ଚାଷ କରିଛନ୍ତି । ଜୁନ୍ ପହିଲାରୁ ଧାନ ଚାଷ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହା ୧୫୦ ଦିନରେ ଅମଳ ହୋଇଥାଏ । ଆଉ ଏକ ସବୁଠାରୁ ଗୁରୁତ୍ୱ ପୁର୍ଣ୍ଣ କଥା ହେଉଛି ଏହି ଧାନ ଚାଷରେ କୌଣସି ରସାୟନିକ ସାର ବ୍ୟବହାର ହୋଇନଥାଏ ।

ଏବେ ନଜର ପକାଇବା କଳାଧାନ ଚାଷର ପ୍ରଣାଳୀ ଉପରେ …

କଳା ଧାନ ଚାଷ ପ୍ରଣାଳୀ..

୧. ଏକର ଜମିରେ କଳା ଧାନ ଚାଷ ପାଇଁ ୫ କିଲୋଗ୍ରାମ ବିହନ ଆବଶ୍ୟକ ପଡେ ।

୨. ଧାନ ତଳି ପଡିବା ଠାରୁ ଅମଳ ଯାଏଁ ୧୫୦ ଦିନ ସମୟ ଲାଗିଥାଏ ।

୩. ଏହି ଧାନ ଗଛ ୬ ଫୁଟ ଉଚ୍ଚ ଯାଏଁ ବଢିଥାଏ ।

୪. ଏହି ଧାନକୁ ‘କଳାବତୀ’ ଧାନ ବୋଲି କୁହାଯାଏ ।

୫. ରାଜ୍ୟ ବାହାରେ କଳା ଚାଉଳର ଦାମ୍ ୫୦୦ ଟଙ୍କା ଥିବା ବେଳେ ଓଡିଶାରେ ୨୦୦ରୁ ୩୦୦ ଟଙ୍କାରେ ମିଳୁଛି ।

ତେବେ ଅନଲାଇନରେ କଳାଧାନର ମୂଲ୍ୟ ୫ ଶହ ଟଙ୍କା ଥିବାବେଳେ ରାଜ୍ୟରେ ୨ ଶହରୁ ୩ ଶହ ଟଙ୍କାରେ ବିକ୍ରୀ ହେଉଛି ।

କାହିଁକି ସ୍ୱତନ୍ତ୍ର କଳାବତୀ ଧାନ?

୧. କଳାଧାନ ଚାଷ ବେଳେ କୌଣସି ରାସାୟନିକ ପ୍ରୟୋଗ କରାଯାଉନଥିବାରୁ ଚାଉଳରେ ଔଷଧୀୟ ଗୁଣ ଭରି ହୋଇରହିଥାଏ ।

୨. ଏଥିରୁ ପ୍ରସ୍ତୁତ ଭାତ ରକ୍ତ ପରିଷ୍କାର କରିବା ସହିତ ଡାଇବେଟିସ ରୋଗୀଙ୍କ ପାଇଁ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ ।

୩. ଯଥେଷ୍ଟ ପରିମାଣର ଭିଟାମିନ୍ ଇ ଥିବାରୁ ଏହା ତ୍ୱଚା ଓ ଚକ୍ଷୁ ସମ୍ପର୍କିତ ସମସ୍ୟା ଦୁର କରିବାରେ ସହାୟକ ହୋଇଥାଏ ।

୪. ଶରୀରରୁ ବିଷାକ୍ତ ଉପାଦାନକୁ ନଷ୍ଟ କରିବା ସହ ଲିଭର୍, କିଡନୀକୁ ସୁସ୍ଥ ରଖିଥାଏ କଳାଧାନରୁ ପ୍ରସ୍ତୁତ ଭାତ ।

୫. ମୋଟାପା କମାଇବା, ଓଜନ ସନ୍ତୁଳନ ବଜାୟ ରଖିବା ଓ ହଜମ ଜନିତ ସମସ୍ୟା ଦୁର କରିବାରେ ଏହା ସହାୟକ ହୋଇଥାଏ ।