ଅମିତ ଶାହାଙ୍କୁ କଳାପତାକା ଦେଖାଇଲେ ବୋଲି… । ଯୁବତୀଙ୍କ ଚୁଟି ଧରି ରାସ୍ତା ଉପରୁ ଘୋଷାଡି ଆଣିଲେ, ଲାଠିରେ ପିଟିଲେ ପୋଲିସ

37

କନକ ବ୍ୟୁରୋ : ଅମିତ ଶାହାଙ୍କୁ କଳାପତାକା ପ୍ରଦର୍ଶନ କରୁଥିବା ଯୁବତୀଙ୍କ ଉପରେ ପୁଲିସର କଡ଼ା କାର୍ଯ୍ୟାନୁଷ୍ଠାନ । ଯୁବତୀଙ୍କ ଚୁଟି ଧରି ଘୋଷାରିବାକୁ ପଛାଇଲା ନାହିଁ ୟୁପି ପୁଲିସ୍ । ଘଟଣା ଘଟିଛି ଉତର ପ୍ରଦେଶ ଆହ୍ଲାବାଦରେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଆହ୍ଲାବାଦ୍ ଗସ୍ତ ବେଳେ ରାସ୍ତା ଉପରେ ୨ ଜଣ ଛାତ୍ରୀ ଓ ଜଣେ ଛାତ୍ର କଳା ପତାକା ଦେଖାଇଥିଲେ ଓ ଅମିତ ଶାହାଙ୍କ କାରକେଡ୍ ବିଚ୍ ରାସ୍ତାରେ କିଛି ସମୟ ପାଇଁ ଅଟକି ଯାଇଥିଲା । ଏହାପରେ ଆରମ୍ଭ ହୋଇଥିଲା ୟୁପି ପୁଲିସର ଦବଙ୍ଗଗିରି ।

ପୁଲିସକର୍ମୀ ବିକ୍ଷୋଭକାରୀଙ୍କୁ ରାସ୍ତା ଉପରୁ ଘୋଷାରି ଟାଣି ଆଣିଥିଲେ । ଏପରିକି ଲାଠିରେ ପୁଲିସ୍, ଯୁବତୀଙ୍କୁ ମାଡ଼ ମଧ୍ୟ ମାରିଥିଲେ । ଅନ୍ୟଜଣେ ପୁଲିସ୍ ଯୁବତୀଙ୍କ ଚୁଟି ଟାଣି ଘୋଷାରିବା ଭିଡ଼ିଓରେ ଦେଖିବାକୁ ମିଳିଛି । ପୁଲିସ୍ ସୂଚନା ଅନୁଯାୟୀ ଏହି ତିନି ଜଣ ବିକ୍ଷୋଭକାରୀ ହେଲେ ସମାଜବାଦୀ ଯୁବ ମୋର୍ଚ୍ଚାର ନେହା ଯାଦବ, ରମା ଯାଦବ ଓ କିଶାନ୍ ମୌର୍ଯ୍ୟା । ଏବେ ସୋସିଆଲ୍ ମିଡ଼ିଆରେ ଏହି ଭିଡ଼ିଓ ଭାଇରାଲ୍ ହୋଇଛି । ପୂର୍ବରୁ ସଭାସ୍ଥଳକୁ କଳାପତାକା ଓ ରୁମାଲ୍ ନ ନେବାକୁ ନିର୍ଦ୍ଦେଶ ଜାରି କରିଥିଲା ୟୁପି ପୁଲିସ୍ ।