ରାଜ୍ୟ ସରକାରଙ୍କ ଅପରାଗତ କାରଣରୁ ରାଜ୍ୟରେ ଜଳ ସଂକଟ ଦେଖା ଦେଇଛି : ବିଜେପି

20

ରାଜ୍ୟରେ ପିଇବା ପାଣି ସଂକଟକୁ ନେଇ ରାଜନୀତି ଜୋର  । ଉକ୍ରଟ ପାନୀୟ ଜଳ ସମସ୍ୟା ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି । ରାଜ୍ୟ ସରକାରଙ୍କ ଅପରାଗତ କାରଣରୁ ରାଜ୍ୟରେ ଜଳ ସଂକଟ ଦେଖାଦେଇଥିବା ବିଜେପି ଅଭିଯୋଗ କରିଛି । ଜଳ ଯୋଗାଣରେ ରାଜ୍ୟ ସରକାର ବିଫଳ । ରାଜ୍ୟରେ ୯୯ ପ୍ରତିଶତ ଲୋକଙ୍କୁ ଶୁଦ୍ଧପାନୀୟ ଜଳ ମିଳୁନଥିବା ଅଭିଯୋଗ ଆଣିଛନ୍ତି ବିଜେପି ସଭାପତି । ଟ୍ୟାଙ୍କର ଥାଇ ବି ଜଳ ଯୋଗାଣ ହୋଇପାରୁନାହିଁ । ତେବେ ରାଜ୍ୟରେ ଅପାରଗ, ଦୁର୍ବଳ ଓ ସ୍ଥାଣୁ ନେତୃତ୍ୱ ଯୋଗୁଁ ଲୋକଙ୍କୁ ପାଣି ମିଳୁନି । ଜଳ, ବିଦୁ୍ୟତ, ସ୍ୱାସ୍ଥ୍ୟ ସେବା, ଶିକ୍ଷକ ସମସ୍ୟା, ରାସନକାର୍ଡ ସମସ୍ୟା ରାଜ୍ୟରେ ଲାଗି ରହିଛି  । ଏସବୁ  କ୍ଷେତ୍ରରେ ଉପାନ୍ତଅଂଚଳ ଭଳି ପୂର୍ବାଂଚଳ ବି ଉପେକ୍ଷିତ । ରାଜ୍ୟ ଜଣ୍ଡିସ ସମସ୍ୟା ଉଦବେଗ ଜନକ । ତେବେ ଆଗକୁ ଏସବୁ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନିଆ ନଯାଏ ତେବେ ଆଗମୀ ବିଧାମସଭା ଅଧିବେଶନରେ ଏସବୁ ପ୍ରସଙ୍ଗ ଉଠିବ । ଏହି ଭଳି ବିଭିନ୍ନ ସମସ୍ୟାକୁ ପ୍ରସଙ୍ଗ କରି ସରକାରଙ୍କୁ ଘେରିବେ ବିରୋଧୀ । ବିଜେପି ପକ୍ଷରୁ କରାଯାଇଥିବା ଜନକଲ୍ୟାଣ ଯାତ୍ରାରୁ ଏସବୁ ସମସ୍ୟା ବାବଦରେ ହୃଦୟଙ୍ଗମ କରିଥିବା କହିଛନ୍ତି ବିଜେପି ସଭାପତି ବସନ୍ତ ପଣ୍ଡା । ଏନେଇ ଆଜି ରାଜ୍ୟପାଳଙ୍କୁ ଅବଗତ କରାଯାଇଥିବା ସେ କହିଛନ୍ତି ।