ରାଜ୍ୟବାସୀଙ୍କୁ ମଦୁଆ କରୁଛି ବିଜେଡି ସରକାର : ବିଜେପି

51

କନକ ବ୍ୟୁରୋ : ବିଜେଡି ଜନସଂପର୍କ ପଦଯାତ୍ରାର ନବମ ଦିନରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି ବିଜେପି । ସାମ୍ବାଦିକ ସମ୍ମିଳନୀରେ ଏ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତୀ ପରିଡ଼ା ଓ ତାର ଉତ୍ତର ଦେଇଛନ୍ତି ଖୋଦ୍ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ।

ପ୍ରଭାତୀ ଅଭିଯୋଗ କରିଛନ୍ତି- ବିଜେଡି ସରକାରରେ ରାଜ୍ୟରେ ମଦର ବନ୍ୟା ସୃଷ୍ଟି ହୋଇଛି । ୧୭ ବର୍ଷରେ ଅବକାରୀ ରାଜସ୍ୱ ୨୭ଗୁଣ ବଢ଼ିଛି । ମାସେ ହେଲା ଅଙ୍ଗନବାଡ଼ି ବନ୍ଦ ହୋଇଯାଇଛି । ଦୁଇ ବର୍ଷରେ ଦୁଇ ଲକ୍ଷ ଏସଏଚଜି ବନ୍ଦ ହୋଇଯାଇଛି । ଟଙ୍କା ଥାଇ ବି ୪୦ ହଜାର ଅଙ୍ଗନବାଡ଼ି ତିଆରି ହୋଇପାରୁନାହିଁ । ତେବେ ପ୍ରତି ପ୍ରଶ୍ନର ଜବାବ ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ । ସମସ୍ୟା ସମାଧାନ ପାଇଁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି ।