ବିଜେପି କାର୍ଯ୍ୟକାରିଣୀ ନେଇ ଚଳଚଂଚଳ ସ୍ମାର୍ଟ ସିଟି ! ଜନତା ମଇଦାନ ମଂଚରେ ଓଡିଆ କଳା ସଂସ୍କୃତିର ଝଲକ

35

କନକ ବ୍ୟୁରୋ : ବିଜେପି କାର୍ଯ୍ୟକାରିଣୀ ନେଇ ଚଳଚଂଚଳ ସ୍ମାର୍ଟ ସିଟି । ପୁରା ସହର ଗେରୁଆ ରଂଗରେ ସଜେଇ ହୋଇଛି । ଭୁବନେଶ୍ୱର ଜନତା ମଇଦାନରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ନିଜେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ତଦାରଖ କରୁଛନ୍ତି । ଜନତା ମଇଦାନ ମଂଚରେ ଓଡିଶାର କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିଛି ।

ମୋଦି ଏବଂ ବିଜେପିର ବରିଷ୍ଠ କାର୍ଯ୍ୟକର୍ତାଙ୍କୁ ସ୍ୱାଗତ ପାଇଁ ଜୋରଦାର ଆୟୋଜନ କରାଯାଇଛି । ମଂଚରେ ଦେଖିବାକୁ ମିଳିଛି ପାରମ୍ପାରିକ କଳା, ପଟ୍ଟଚିତ୍ର ଓ ପ୍ରାଚୀନ ଚିତ୍ରକଳା । ଆଜି ମିଡିଆ ସେଲକୁ ଉଦଘାଟନ କରିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେଶର ପ୍ରାୟ ୧୫୦ ଗଣ ମାଧ୍ୟମ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ଅଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –