ଲୋକସଭାରେ ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ଝଡ଼ । ଗୃହରେ ନିଜ ନିଜ ଆସନରେ ଛିଡା ହୋଇ ବିଜେପିର ସମସ୍ତ ମହିଳା ସାଂସଦଙ୍କ ହଙ୍ଗାମା । ଭାରତ ଦୁଷ୍କର୍ମର ରାଜଧାନୀ ବୋଲି କହିଥିଲେ ରାହୁଲ

399

କନକ ବ୍ୟୁରୋ: ପାର୍ଲାମେଂଟରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବୟାନକୁ ନେଇ ଝଡ । ନିକଟରେ ଝାଡଖଣ୍ଡରେ ନିର୍ବାଚନ ବେଳେ ରାହୁଲ ଗାନ୍ଧି ଭାରତ ଦୁଷ୍କର୍ମକାରୀଙ୍କ ରାଜଧାନୀ ବୋଲି ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ତାତିଛନ୍ତି ବିଜେପି ମହିଳା ସାଂସଦ । ଆଜି ଲୋକସଭାରେ ଏ ନେଇ ହଙ୍ଗାମା କରିଛନ୍ତି ସାଂସଦ । ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେପି ମହିଳା ସାଂସଦ ଏହି ପ୍ରସଙ୍ଗ ଉଠାଇଥିଲେ ।

ମିଳିତ ଭାବେ ସେମାନେ ବିରୋଧ ପ୍ରଦର୍ଶନ କରିବା ସହ ରାହୁଲ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଥିଲେ, ରାହୁଲଙ୍କ ଏଭଳି ବୟାନ ନିନ୍ଦନୀୟ । ବାଚସ୍ପତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଦୁଷ୍କର୍ମ ଭଳି ନିନ୍ଦନୀୟ ଘଟଣାକୁ ରାଜନୈତିକ ଚିତ୍ର ଦେବାକୁ ଉଦ୍ୟମ କରୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ । ଡିଏମକେ ସାସଂଦ କାନିମୋଝି ବିଜେପି ସାଂସଦଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ ।