ମହାରାଷ୍ଟ୍ର ରାଜନୀତିରେ ରୋଚକ ମୋଡ଼ ! ବିଜେପି ସାଂସଦ ଅନନ୍ତ ହେଗଡେ କହିଲେ, ୪୦ ହଜାର କୋଟି କେନ୍ଦ୍ରକୁ ଫେରାଇବା ପାଇଁ ଫଡନବୀସଙ୍କୁ ବନାଯାଇଥିଲା ମୁଖ୍ୟମନ୍ତ୍ରୀ

ଫଡନବୀସ କହିଲେ, ଏହା ମିଛ କଥା

4,158

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନାଭିସ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହେବା ନେଇ ବିଜେପି ସାଂସଦ ତଥା ପୂର୍ବ କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର ହେଗଡ଼େ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି,୪୦ ହଜାର କୋଟି ଟଙ୍କାର କେନ୍ଦ୍ରୀୟ ଫଣ୍ଡକୁ ଫେରାଇ ନେବାକୁ ଏଭଳି ଡ୍ରାମା କରାଯାଇଥିଲା । ସେ କହିଛନ୍ତି ଆପଣମାନେ ସବୁ ଜାଣିଛନ୍ତି ମହାରାଷ୍ଟ୍ରରେ ବିଜେପି, ଫଡ଼ାନାଭିସଙ୍କ ନେତୃତ୍ୱରେ ୮୦ ଘଂଟାର ସରକାର କରିଥିଲା । ଫଡନାଭିସଙ୍କୁ ଜଣାଥିଲା ତାଙ୍କ ପାଖରେ ବହୁମତ ନାହିଁ । ଯାହା ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି ମଧ୍ୟ ।

ମହାରାଷ୍ଟ୍ରରେ କେନ୍ଦ୍ରର ୪୦ ହଜାର କୋଟି ଟଙ୍କା ଥିଲା । ଯଦି କଂଗ୍ରେସ,ଏନସିପି, ଶିବସେନା କି କଂଗ୍ରେସ କ୍ଷମତାକୁ ଆସିଥାନ୍ତେ ତେବେ ୪୦ ହଜାର କୋଟି ଟଙ୍କାର ଅପବ୍ୟବହାର ହୋଇଥାନ୍ତା । କେନ୍ଦ୍ର ସରକାରଙ୍କ ଏହି ଟଙ୍କା ବିକାଶରେ ଲାଗି ପାରିନଥାନ୍ତା । ଯାହା ପାଇଁ ଏହି ଡ଼୍ରାମା କରାଯାଇଥିଲା । ବହୁତ ଆଗରୁ ବିଜେପିର ଏପରି ଚିନ୍ତା କରିଥିଲା । ପରେ ଏହି ନାଟକ ରଚାଯାଇଥିଲା । ତେବେ ଦେବେନ୍ଦ୍ର ଫଡନାଭି, ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।