ଛାତ୍ରଛାତ୍ରୀମାନେ ପାଠ ପଢୁଥିବା ବେଳେ ସ୍କୁଲ ଭିତରକୁ ପଶିଲେ ବିଧାୟକ ! ଘଣ୍ଟାଏ ପଢାଇଲେ , ପିଲାଙ୍କୁ ବିଜେପି ବିଜେପି ଉତ୍ତରୀୟ ପିନ୍ଧାଇଲେ ।
ଗୋଟିଏ ସ୍କୁଲରେ ଛାତ୍ରଛାତ୍ରୀମାନେ ପାଠ ପଢୁଥିବା ବେଳେ ବିଧାୟକ ସ୍କୁଲକୁ ପ୍ରବେଶ କରିବା ଏବଂ ଛାତ୍ର୍ରଛାତ୍ରୀଙ୍କୁ ଏକଜୁଟ୍ କରି ବିଜେପି ସଦସ୍ୟତା ଦେବା ଭଳି ଘଟଣା ଏବେ ଘଟିଛି ବାରାଣାସୀର ସେୟଦରାଜା ଅଞ୍ଚଳରେ । ଏଠାକାର ବିଜେପି ବିଧାୟକ ସୁଶୀଲ ସିଂହ ନ୍ୟାସନାଲ୍ ଇଣ୍ଟର କଲେଜରେ ପହଂଚି ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ଏକତ୍ରିତ କରିଥିଲେ ଏବଂ ପିଲାମାନଙ୍କୁ ବିଜେପି ସଦସ୍ୟ କରିଥିଲେ । ସେ ଛାତ୍ରଛାତ୍ରୀଙ୍କ ରାଜନୈତିକ କ୍ଲାସ ମଧ୍ୟ ଦେଇଥିଲେ । ବିଧାୟକ ଛାତ୍ରଛାତ୍ରୀଙ୍କୁ ବିଜେପି ଉତ୍ତରୀୟ ମଧ୍ୟ ପିନ୍ଧାଇଥିଲେ । ସେ ପିଲାମାନଙ୍କୁ ବିଜେପିର ନୀତିଆଦର୍ଶରେ ଚାଲିବା ପାଇଁ ମଧ୍ୟ ଉପଦେଶ ଦେଲେ । ତେବେ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏହି ଭିଡିଓ ଖୁବ୍ ଭାଇରାଲ୍ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଦସ୍ୟତା ଅଭିଯାନ ଆରମ୍ଭ କରିଥିବା ବେଳେ ଏହାପରେ ବିଜେପିର ସଦସ୍ୟତା ପାଇଁ ଅଭିଯାନ ଆରମ୍ଭ ହୋଇଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
सैयदराजा के विधायक का वीडियो वायरल ,चंदौली के नेशनल इंटर कालेज में छात्र छात्राओं की दिलाई भाजपा की सदस्यता pic.twitter.com/SRtjna8tWo
— Ajay Singh (@AjayNDTV) July 17, 2019
ଏହି ଅଭିଯାନକୁ ସେୟଦରାଜା ବିଧାୟକ ସ୍କୁଲ ପରିସରରେ ଆରମ୍ଭ କରିଛନ୍ତି । ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପିଲାଙ୍କୁ ଏହି ସଦସ୍ୟତା ଦିଆଯାଇଛି ।