ନିର୍ବାଚନ ପୂର୍ବରୁ ବିଜେପି ବିଧାୟକଙ୍କୁ ବଡ ଝଟକା । ହତ୍ୟାକାଣ୍ଡ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ହାଇକୋର୍ଟ ।

746

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ବିଧାୟଙ୍କୁ ଝଟକା । ୨୨ ବର୍ଷ ପରେ ମିଳିଲା ସଜା । ଉତ୍ତର ପ୍ରଦେଶ ହମିରପୁର ଆସନର ବିଜେପି ବିଧାୟକ ଅଶୋକ ଚାଣ୍ଡେଲଙ୍କୁ ବଡ଼ ଝଟକା ଲାଗିଛି । ତାଙ୍କୁ ୧୯୯୭ରେ କରିଥିବା ଏକ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ କରି ଆହ୍ଲାବାଦ ହାଇକୋର୍ଟ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । କୋର୍ଟ ବିଜେପି ବିଧାୟକଙ୍କ ସମେତ ଅନ୍ୟ ୧୦ଜଣଙ୍କୁ ମଧ୍ୟ ଶୁକ୍ରବାର ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଣି କରିଛନ୍ତି ।

ଏହି ଘଟଣାରେ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ରମେଶ ସିହ୍ନା ଓ ଜଷ୍ଟିସ୍ ଡିକେ ସିଂହଙ୍କ ଖଣ୍ଡପୀଠ ଚାଣ୍ଡେଲଙ୍କ ବ୍ୟତୀତ ପୂର୍ବରୁ ନିମ୍ନ ଅଦାଲତ ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିଲେ । ତେବେ ପୀଡ଼ିତାଙ୍କ ପରିବାର ଏହି ରାୟ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଦୀର୍ଘ ୨୨ ବର୍ଷ ପରେ ପୀଡ଼ିତାଙ୍କୁ ନ୍ୟାୟ ମିଳିଛି । ଏହି ମାମଲାରେ ଚାଣ୍ଡେଲ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଥିବା କୋର୍ଟରେ ପ୍ରମାଣିତ ହୋଇଛି । ସୂଚନାଯୋଗ୍ୟ, ବିଧାୟକ ଚାଣ୍ଡେଲ ୧୯୯୭ ମସିହା ଜାନୁଆରୀ ୨୬ରେ ୫ ଜଣ ବ୍ୟକ୍ତିଙ୍କ ହତ୍ୟାକାଣ୍ଡରେ ଜଡ଼ିତ ଥିଲେ । ଏଥିସହିତ ଅନ୍ୟ ପାଞ୍ଚଜଣ ବି ଏଥିରେ ଗୁରୁତର ହୋଇଥିଲେ । ଏହି ହତ୍ୟାକାଣ୍ଡକୁ ନେଇ ବୁନ୍ଦେଲଖଣ୍ଡ ନୁହେଁ ତାହାର ଆଖପାଖ ଅଞ୍ଚଳର ଚାଞ୍ଚଲ୍ୟ ଖେଳି ଯାଇଥିଲା ।