ବିଜେପି ବିଧାୟକଙ୍କ ଗୁଣ୍ଡାଗର୍ଦ୍ଦି: ନିଗମ ଅଧିକାରୀଙ୍କୁ ଗୋଡାଇ ଗୋଡାଇ ବ୍ୟାଟରେ ପିଟିଲେ ଆକାଶ ବିଜୟବର୍ଗୀୟ, ଦେଖନ୍ତୁ ଭିଡିଓ

277

କନକ ବ୍ୟୁରୋ: ବିଧାୟକଙ୍କ ଗୁଣ୍ଡାଗର୍ଦ୍ଦି । ବିଜେପି ବିଧାୟକ କୈଳାଶ ବିଜୟବର୍ଗିୟଙ୍କ ପୁଅ ତଥା ବିଧାୟକ ଆକାଶ ବିଜୟବର୍ଗୀୟ ମାରପିଟ କରୁଥିବା ଘଟଣା ସାମ୍ନାକୁ ଆସିଛି । ଆକାଶ ବିଜୟବର୍ଗୀୟ ନିଗମ ଅଧିକାରୀଙ୍କୁ ମାରପିଟ କରୁଥିବା ଭିଡିଓରେ ଦେଖିବାକୁ ମିଳଛି । ଇନ୍ଦୋରରେ ନିଗମ ଅଧିକାରୀଙ୍କ ଟିମ ଭଙ୍ଗାଦଦରା କୋଠା ଭାଙ୍ଗିବାକୁ ଆସିଥିବାବେଳେ ଏଭଳି ପରିସ୍ଥିତି ଉପୁଜିଥିଲା । ଏହାକୁ ବିରୋଧ କରି ବିଧାୟକ ଆକାଶ ନିଗମ ଅଧିକାରୀଙ୍କୁ ଠେଲାପେଲା କରିବା ସହ ଗଣ୍ଡଗୋଳ ଓ ମାରପିଟ କରିଛନ୍ତି ।

ହାତରେ କ୍ରିକେଟ ବ୍ୟାଟ ଧରି ଅଧିକାରୀଙ୍କ ଉପରକୁ ଆକ୍ରମଣ କରିବାକୁ ଆକାଶ ଭିଡି ଆସୁଥିବା ଦେଖିବାକୁ ମିଳିଛି । ଏହି ସମୟରେ ବିଧାୟକଙ୍କ ସମର୍ଥକ ଅଧିକାରୀମାନଙ୍କ ଉପରକୁ ଭିଡି ଯାଇଥିଲେ । ପୁଲିସ କର୍ମଚାରୀଙ୍କ ଉପସ୍ଥିତିରେ ବିଧାୟକ ଆକାଶଙ୍କ ଏଭଳି ଗୁଣ୍ଡାଗିରି ସାମ୍ନାକୁ ଆସିଛି । ଇନ୍ଦୋର ଅଂଚଳରେ ଭାରି ବର୍ଷାର ପୂର୍ବୁାନୁମାନ କରାଯିବା ପରେ ସେଠାରେ ଯେଉଁ ପୁରୁଣା କୋଠା ରହିଛି ତାକୁ ଭାଙ୍ଗିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଥିଲା । ପୂର୍ବରୁ ମଧ୍ୟ ଆକାଶ ଅନେକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିିଛନ୍ତି ।