କଂଗ୍ରେସକୁ ଜବାବ୍ ଦେବା ପାଇଁ ବିଜେପି ଲଗାଇଲା ସାଧ୍ୱୀ ପ୍ରଜ୍ଞାଙ୍କ ପୋଷ୍ଟର ! ପୋଷ୍ଟରରେ ଲେଖାଥିଲା ‘ଏବେ ହେବ ନ୍ୟାୟ’ । 

221

ଭାରତୀୟ ଜନତା ପାର୍ଟି (ବିଜେପି) କଂଗ୍ରେସକୁ ବିରୋଧ କରିବା ପାଇଁ କଂଗ୍ରେସର ହିଁ ପ୍ରତିଶୃତିର ସାହାରା ନେଇଛନ୍ତି । କଂଗ୍ରେସ ତରଫରୁ ପ୍ରତିଶୃତି ଦିଆଯାଇଥିଲା ଯଦି ୨୦୧୯ ରେ ଲୋକସଭା ନିର୍ବାଚନରେ ତାଙ୍କ ସରକାର ଆସୁଛି ତେବେ ଗରିବଙ୍କୁ ୬,୦୦୦ ଟଙ୍କା ମାସିକ ତଥା ୭୨,୦୦୦ ବାର୍ଷିକ ଟଙ୍କା ଦିଆଯିବ । କଂଗ୍ରେସ ଏହି ଯୋଜନାକୁ ‘ନ୍ୟାୟ’ ଅର୍ଥାତ୍ ନ୍ୟୁନତମ ଆୟ ଯୋଜନାର ନାଁ ଦେଇଥିଲା । ଏହାସହ ‘ଏବେ ହେବ ନ୍ୟାୟ’ କ୍ୟାମ୍ପେନ୍ ମଧ୍ୟ ଆରମ୍ଭ କରିଥିଲା । ଏବେ ବିଜେପି ତରଫରୁ କଂଗ୍ରେସର ଏହି ଟ୍ୟାଗଲାଇନ୍ ର ବ୍ୟବହାର କରି ପଲଟା ଆକ୍ରମଣ କରାଯାଇଛି ।

ବିଜେପି ପ୍ରବକ୍ତା ତେଜିନ୍ଦର ସିଂହ ବଗ୍ଗା ଟ୍ୱିଟରରେ ଏକ ଚିତ୍ର ପୋଷ୍ଟ୍ କରିଛନ୍ତି , ଯେଉଁଥିରେ ବିଜେପିର ଭୋପାଳ ଲୋକସଭା ସିଟ୍ ରେ ପ୍ରାର୍ଥୀ ପ୍ରଜ୍ଞା ସିଂହ ଠାକୁର ଦେଖିବାକୁ ମିଳୁଛି । ପ୍ରଜ୍ଞାଙ୍କ ଫଟୋର ପାଖରେ ଲେଖାହୋଇଛି ‘ଏବେ ହେବ ନ୍ୟାୟ’ । ଏହି ପୋଷ୍ଟର ଦିଲ୍ଲୀର ଅନେକ ସ୍ଥାନରେ ଲଗାଯାଇଛି । ମାଲେଗାଓଁ ବ୍ଲାଷ୍ଟର ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ବିଜେପିର ଭୋପାଳ ଲୋକସଭା ସିଟରୁ ପ୍ରାର୍ଥୀ କରାଯାଇଥିଲା । ସେ ନିକଟରେ ବିଜେପିରେ ସାମିଲ୍ ହୋଇଥିଲେ । ସେ ଗୁରୁବାର କହିଥିଲେ , ଆତଙ୍କବାଦ,ମହିଳା ସୁରକ୍ଷା ଏବଂ ଭ୍ରଷ୍ଟାଚାର ଭିତରେ ସିଝୁଥିବା ଲୋକଙ୍କ ସାମ୍ନାକୁ ଯାଇ ମୋ କଥା ରଖିବି । ମୋ ପାଇଁ ବିଶ୍ୱାସ ରଖିଥିବାରୁ ମୁଁ ଦଳ ଏବଂ ଦଳର ନେତାଙ୍କୁ ଧନ୍ୟବାଦ ଜଚ୍ଚାଉଛି ।