ବିଧାନସଭା ନିର୍ବାଚନ ୨୦୧୯: ତଳସରାର ତାଜ୍ ପିନ୍ଧିଲା ବିଜେପି । ୧୫ ହଜାର ୯୩୫ ଖଣ୍ଡ ଭୋଟ୍ ବ୍ୟବଧାନରେ ପ୍ରତିଦ୍ୱନ୍ଦୀଙ୍କୁ ହରାଇ ବିଜୟୀ ହେଲେ ଭବାନୀ ଶଙ୍କର ଭୋଇ ।

415

କନକ ବ୍ୟୁରୋ: ତଳସରାବାସୀଙ୍କ ଭରସା ଜିତିଲା ବିଜେପି । ୧୫ ହଜାର ୯୩୫ ଖଣ୍ଡ ଭୋଟ୍ ବ୍ୟବଧାନରେ ତଳସରା ବିଧାନସଭା ଆସନର ତାଜ୍ ପିନ୍ଧିଲେ ଭବାନୀ ଶଙ୍କର ଭୋଇ । ତେବେ ବିଜେପି ପ୍ରାର୍ଥୀ ଭବାନୀ ଶଙ୍କର ଭୋଇ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ପ୍ରଫୁଲ୍ଲ ମାଝୀଙ୍କୁ ୧୫ ହଜାର ୯୩୫ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜିତ କରି ବିଜୟୀ ଟୀକା ପିନ୍ଧିଛନ୍ତି ।

ଅନ୍ୟପଟେ ଉମରକୋଟ୍ ଆସନରୁ ମଧ୍ୟ ବିଧିବଦ୍ଧଭାବେ ବିଜୟ ସ୍ୱାଦ ଚାଖିଛି ଗେରୁଆ ଦଳ । ହେଲେ ଭୋଟ୍ ଗଣତି ଟ୍ରେଣ୍ଡ୍ ଅନୁସାରେ ବିଜେଡି ଠାରୁ ବହୁ ପଛରେ ରହିଛି ବିଜେପି । ବର୍ତ୍ତମାନର ଟ୍ରେଣ୍ଡ୍ କହୁଛି ବିଜେଡି ୧୧୧ ଆସନରେ ଆଗୁଆ ଥିବାବେଳେ ବିଜେପି ୨୩ ଏବଂ କଂଗ୍ରେସ ୧୦ଟିରେ ସନ୍ତୁଷ୍ଟ ରହିଛି ।