ଭଦ୍ରକ ହିଂସାକୁ ନେଇ ଜୋର ଧରିଲା ରାଜନୀତି ! ବିଜେଡିକୁ ସିଧାସଳଖ ଦାୟୀ କଲା ବିଜେପି

23

କନକ ବ୍ୟୁରୋ : ଭଦ୍ରକରେ କାହିଁକି ଜଳିଲା ହିଂସା ଓ ଅଶାନ୍ତିର ନିଆଁ? ଏଥିପାଇଁ ସିଧାସଳଖ ଶାସକ ଦଳ ବିଜେଡିକୁ ଦାୟୀ କରିଛି ବିଜେପି । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ବରିଷ୍ଠ ବିଜେପି ନେତା ପ୍ରତାପ ଷଡଙ୍ଗୀ କହିଛନ୍ତି ଏହା ବିଜେଡି ପ୍ରାୟୋଜିତ ଦଙ୍ଗା ବୋଲି ତାଙ୍କର ସନ୍ଦେହ ହେଉଛି । ଭଦ୍ରକରେ ଦେଖାଦେଇଥିବା ହିଂସାକୁ ନିୟନ୍ତ୍ରଣ କରିବାରେ ପୋଲିସର ବିଫଳତାକୁ ସେ ଦାୟୀ କରିଛନ୍ତି ।

ଏପରିକି ବିଜେଡି ଇଙ୍ଗିତରେ ଜିଲ୍ଲା ପୋଲିସ ପ୍ରଶାସନ ଓ ଏସପି କାମ କରୁଥିବା ସେ ଅଭିଯୋଗ ଆଣିଛନ୍ତି । ଦଙ୍ଗାକୁ ନୟନ୍ତ୍ରଣ କରିବା ପରିବର୍ତେ ଏହାକୁ ଉସୁକାଇବା ପାଇଁ କାମ କରିଛି ପୋଲିସ । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । ଅଶାନ୍ତିର ନିଆଁରେ ଭଦ୍ରକ ଜଳୁଥିବାବେଳେ ଭଦ୍ରକ ଯିବା ପରିବର୍ତେ ସେ କିଭଳି ଦିଲ୍ଲୀ ଚାଲିଗଲେ ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ବିଜେପି ନେତା ପ୍ରତାପ ଷଡଙ୍ଗୀ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-