ଲୋକସଭା ନିର୍ବାଚନ ପାଇଁ ସଜବାଜ: ୮ ରାଜ୍ୟରେ ବିଜେପି ନିଯୁକ୍ତି ଦେଲା ପ୍ରଭାରୀ ଓ ସହ-ପ୍ରଭାରୀ

174

କନକ ବ୍ୟୁରୋ: ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି (ବିଜେପି) ଶନିବାର ୮ ରାଜ୍ୟରେ ନିର୍ବାଚନ ପ୍ରଭାରି ଓ ସହ-ପ୍ରଭାରୀ ନିଯୁକ୍ତି ଦେଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଗତକାଲି ତାମିଲନାଡୁ, ପଣ୍ଡିଚେରୀ, ଆଣ୍ଡାମାନ-ନିକୋବର ଦୀପପୁଞ୍ଜ, କର୍ଣ୍ଣାଟକ, ଦିଲ୍ଲୀ, ହରିୟାଣା, ତ୍ରିପୁରା ଓ ଜମ୍ମୁ ଓ କଶ୍ମୀର ରାଜ୍ୟ ପାଇଁ ପ୍ରଭାରୀ ଓ ସହ-ପ୍ରଭାରୀ ନିଯୁକ୍ତି କରିଛନ୍ତି।

କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ବିଜେପି ବିଧାୟକ ସିଟି ରବି ତାମିଲନାଡୁ, ପଣ୍ଡିଚେରୀ ଓ ଆଣ୍ଡାମାନ-ନିକୋବର ଦୀପପୁଞ୍ଜ ପାଇଁ ନିଯୁକ୍ତି ହୋଇଛନ୍ତି। ଉତ୍ତରପ୍ରଦେଶ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ, କର୍ଣ୍ଣାଟକ ପାଇ ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ମୁରଲିଧର ରାଓ ଏବଂ ବିଜେପି ବିଧାୟକ କିରଣ ମାହେଶ୍ୱରୀଙ୍କୁ ନିଯୁକ୍ତି ଦିଆଯାଇଛି।

ଅବିନାଶ ରାୟ ଖନ୍ନାଙ୍କୁ ତ୍ରିପୁରା ଓ ଜମ୍ମୁ କଶ୍ମୀର ଦାୟିତ୍ୱ ମିଳିଥିବା ବେଳେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ ଜୟରାମ ସିଂହ ପଓ୍ଵାଡାଙ୍କୁ ଦିଲ୍ଲୀ ପାଇଁ ନିଯୁକ୍ତୁ ମିଳିଛି। ସାଂସଦ କାଳରାଜ ମିଶ୍ର ଓ ବିଧାୟକ ବିଶ୍ୱାସ ସାରଙ୍ଗଙ୍କୁ ହରିୟାଣା ପାଇଁ ନିଯୁକ୍ତି ମିଳିଛି।