ପାଟକୁରା ପାଇଁ ପ୍ରସ୍ତୁତ ବିଜେଡି। ସଂଜୟ କହିଲେ, ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବାକୁ ଚାଲିଛି ଜୋରଦାର ପ୍ରସ୍ତୁତି

219

କନକ ବ୍ୟୁରୋ: ଆଗକୁ ରହିଛି ପୌର ନିର୍ବାଚନ । ତେଣୁ ଦଳୀୟ ସଙ୍ଗଠନ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ବିଧାୟକଙ୍କ ସହ ଆଜି ଆଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ନବୀନ ନିବାସରେ ବସିଥିବା ବୈଠକରେ ବିଜେଡିର ସମସ୍ତ ନୂଆ ଓ ପୁରୁଣା ବିଧାୟକଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଦଳର ହାଇକମାଣ୍ଡ । ତେବେ ନିର୍ବାଚନ ସମୟରେ ବିଧାୟକମାନେ ଦେଇଥିବା ପ୍ରତିଶ୍ରୁତି କିଭଳି ପାଳନ କରିବେ ସେନେଇ ବିଧାୟକଙ୍କୁ ଦିଗଦର୍ଶନ ଦେଇଛନ୍ତି ନବୀନ ।

 

ତେବେ ଏହି ବୈଠକରେ ମଧ୍ୟ ପାଟକୁରା ନିର୍ବାଚନ ନେଇ ଆଲୋଚନା ହୋଇଛି । ପାଟକୁରା ନିର୍ବାଚନ ନେଇ ଦଳ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ସଂଜୟ ଦାସ ବର୍ମା । ବ୍ରହ୍ମଗିରି ପୂର୍ବତନ ବିଧାୟକ କହିଛନ୍ତି ଯେ, ପାଟକୁରା ନିର୍ବାଚନ ପାଇଁ ବିଜେଡି ପୂରା ପ୍ରସ୍ତୁତ ରହିଛି ଏବଂ ସେଥିପାଇଁ ଯାହା ସାଂଗଠନିକ କାର୍ଯ୍ୟକ୍ରମ କରାଯିବା କଥା ତାହା ତିନୋଟି ଯାକ ବ୍ଲକରେ ମଧ୍ୟ ଦଳ ପକ୍ଷରୁ ଜାରି ରହିଛି । ତୃଣମୂଳ ସ୍ତରରେ ସମସ୍ତ ସଙ୍ଗଠକମାନଙ୍କୁ ଏକାଠି କରାଯାଉଛି ଏବଂ ଦଳକୁ ଆହୁରୀ ମଜବୁତ ତଥା ସଙ୍ଗଠିତ କରିବା ପାଇଁ ପ୍ରୟାସ ଜାରି ରହିଥିବା କହିଛନ୍ତି ବିଜେଡି ନେତା ତଥା ବ୍ରହ୍ମଗିରି ପୂର୍ବତନ ବିଧାୟକ ସଂଜୟ ଦାସବର୍ମା ।