ପ୍ରମିଳା ଗଲେ ମୀନତି ଆସିଲେ । ରାଜ୍ୟ ବିଜେଡ଼ି ମହିଳା ସଂଗଠନରେ ବ୍ୟାପକ ଅଦଳବଦଳ । ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ ।

ବିଜୁ ମହିଳା ଜନତା ଦଳର ସାଙ୍ଗଠନିକ ସ୍ତରରେ ବ୍ୟାପକ ଅଦଳବଦଳ ହୋଇଛି ।

308

ବ୍ୟୁରୋ: ବିଜୁ ଜନତା ଦଳ ମହିଳା ସାଂଗଠନିକ କ୍ଷେତ୍ରରେରେ ବ୍ୟାପକ ଅଦଳବଦଳ ହୋଇଛି । ମୀନତି ବେହେରା ହେଲେ ବିଜେଡ଼ି ମହିଳା ସଭାନେତ୍ରୀ । ପ୍ରମିଳା ମଲ୍ଲିକଙ୍କୁ ରାଜ୍ୟ ବିଜେଡ଼ିର ଉପସଭାପତି ଦାୟିତ୍ୱରେ ନିଯୁକ୍ତି ଦିଆଯାଇଛି । ଏହାସହ ପ୍ରମିଳା ମଲ୍ଲିକ ବିଜୁ ଜୁନତା ଦଳ ମହିଳା ଶାଖାର ଭାବେ ଉପଦେଷ୍ଟା କାର୍ଯ୍ୟଭାର ସମ୍ଭାଳିବେ । ସେହିପରି ଜ୍ୟୋତି ପାଣିଗ୍ରାହୀ, କସ୍ତୁରୀ ମହାପାତ୍ର ହେଲେ ରାଜ୍ୟ ବିଜେଡ଼ି ମହିଳା ଶାଖାର ସହ ଉପଦେଷ୍ଟା ।

ସେହିପରି ଆଜି ମହିଳା କମିଶନ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ଲୋପାମୁଦ୍ରା  ବକ୍ସିପାତ୍ରଙ୍କୁ ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାନେତ୍ରୀ ଦାୟିତ୍ୱ ମିଳିଛି । ଏହାସହ ଶ୍ରୀମୟୀ ମିଶ୍ର ମଧ୍ୟ ଦଳର କାର୍ଯ୍ୟକାରୀ ସଭାନେତ୍ରୀ ଦାୟିତ୍ୱ ଭାର ସମ୍ଭାଳିବେ ।

ଅନ୍ୟପଟେ ବିଜେଡ଼ି ମୁଖପାତ୍ର ଟିମ୍ ରେ ଥିବା ସୁଲୋଚନା ଦାସଙ୍କୁ ନୂଆ ଦାୟିତ୍ୱ ଦିଆଯାଇ ଦଳର କାର୍ଯ୍ୟକାରୀ ସଭାନେତ୍ରୀ ଦାୟିତ୍ୱ ମିଳିଛି । ତାଙ୍କ ସହ ଗୀତାରାଣୀ ବସ୍ତିଆଙ୍କୁ ମଧ୍ୟ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ନିଯୁକ୍ତ କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଯେଉଁ କଳ୍ପଜଳ୍ପନା ଲାଗି ରହିଥିଲା ସେବସବୁକୁ ବାଦ୍ ଦେଇ ଦଳର ମିଡ଼ିଆ ପ୍ୟାନେଲିଷ୍ଟ ସୁଲୋତା ଦେଓଙ୍କୁ ବିଜେଡ଼ି ମହିଳା ସଂଗଠନର ସାଧାରଣ ସମ୍ପାଦକ ଦାୟିତ୍ୱଭାର ଦେଲେ ବିଜେଡ଼ି ସୁପ୍ରମୋ । ଏହାସହ ଏଲିନା ଦାସଙ୍କୁ ମହିଳା ବିଜେଡ଼ିର ସମ୍ପାଦିକା ଦାୟିତ୍ୱ ମିଳିଛି ।