ଧର୍ମଗଡର ‘ଗଡ’ ବଜାୟ ରଖିଲା ବିଜେଡି । ବିଜେପିକୁ ମାତ୍ ଦେଇ ୫୦ହଜାରରୁ ଅଧିକ ଭୋଟରେ ବିଜୟ ଟୀକା ପିନ୍ଧିଲେ ପ୍ରଣବ ବଳବନ୍ତରାୟ

191

କନକ ବ୍ୟୁରୋ: ୨୦୧୯ ମହାସମରର ଫଳାଫଳ ଜାରି । ସ୍ପଷ୍ଟ ହେବାରେ ଲାଗିଛି କେଉଁ ଅଂଚଳରେ କେଉଁ ଦଳର ପ୍ରାର୍ଥୀଙ୍କୁ ଭରସା କରିଛନ୍ତିଜନତା ଜନାର୍ଦ୍ଦନ । ତେବେ ରାଜ୍ୟର ୧୪୬ଟି ବିଧାନସଭା ଆସନରେ ହୋଇଥିବା ନିର୍ବାଚନରେ ପ୍ରାୟତଃ ଅଧାରୁ ଅଧିକ ଆସନରେ ବିଜେଡିର କବଜା ନେଇ ଟ୍ରେଣ୍ଡରେ ଜଣାପଡିବା ବେଳେ କିଛି ବିଧାନସଭାରେ ବିଜୟୀ ପ୍ରାର୍ଥୀଙ୍କ ନାଁ ମଧ୍ୟ ସ୍ପଷ୍ଟ ହୋଇଛି ।

ଯାଜପୁର ଲୋକସଭା ନିର୍ବାଚନୀ ମଣ୍ଡଳୀରେ ଆସୁଥିବା ଧର୍ମଶାଳା ବିଧାନସଭାରେ ବାଜି ମାରିଛି ବିଜେଡି । ଦ୍ୱିତୀୟ ଥର ପାଇଁ ଧର୍ମଶାଳାବାୀସୀଙ୍କ ବିଶ୍ୱାସ ଜିତିବା ସହ ବିଧାୟକ ଗାଦି ଅଳଙ୍କୃତ କରିବାରେ ସଫଳ ହୋଇଛନ୍ତି ବିଜୁ ଜନତା ଦଳର ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ  । ମିଳିଥିବା ସୂଚନା ମୁତାବକ, ପ୍ରାୟ ୫୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ରମେଶ ଚନ୍ଦ୍ର ପରିଡାଙ୍କ ପରାସ୍ତ କରି ବିଜୟ ଶିରିପା ପିନ୍ଧିଛନ୍ତି ପ୍ରଣବ ।

୨୦୧୪ ନିର୍ବାଚନ ଜିତିଥିଲେ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ । ସେ ହେଉଛନ୍ତି ଯୁବନେତା ଏବଂ ଜଣେ ଦୃଢ ସଂଗଠନ । ୪ଥର ବିଧାୟକ, ମନ୍ତ୍ରୀ ତଥା ସାଂସଦ କଳ୍ପତରୁ ଦାସଙ୍କ ପୁଅ ହେଉଛନ୍ତି ପ୍ରଣବ ବଳବନ୍ତରାୟ ।  ତେବେ ଧର୍ମଶାଳା ବିଧାନସଭା ଆସନରୁ ପ୍ରବଣ ବଳବନ୍ତରାୟଙ୍କୁ ଟକ୍କର ଦେବା ପାଇଁ ବିଜେପିରୁ ରମେଶ ପରିଡା ଏବଂ କଂଗ୍ରେସରୁ ସ୍ୃତିରେଖା ପହି ନିର୍ବାଚନ ରଣାଙ୍ଗନରେ ଓହ୍ଲାଇଥିଲେ ।