ବୈଜୟନ୍ତଙ୍କୁ ବିଜେଡିର କଟାକ୍ଷ । କହିଲେ, ପୂର୍ବରୁ ବିଜେପିର ମୁଖପାତ୍ର ବୋଲାଉଥିଲେ, ଏବେ ବିଧିବଦ୍ଧଭାବେ ଉପାଧି ମିଳିଲା ।

389

କନକ ବ୍ୟୁରୋ: ବିଜେପିରେ ବୈଜୟନ୍ତଙ୍କୁ ମିଳିଲା ନୂଆ ଦାୟିତ୍ୱ ତେଜିଲା ରାଜନୀତି । ବିଜେପିରେ ବୈଜୟନ୍ତଙ୍କୁ ଜାତୀୟ-ଉପସଭାପତି ସହ ଦଳର ମୁଖପାତ୍ର ଦାୟିତ୍ୱ ମିଳିବା ପରେ ବିଜେଡିର କଟାକ୍ଷ । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ପୂର୍ବରୁ ମଧ୍ୟ ବୈଜୟନ୍ତ ବାବୁ ବିଜେପି ଦଳର ମୁଖପାତ୍ର ଭାବେ କାର୍ଯ୍ୟ କରୁଥିଲେ । ଏବେ ଖାଲି ବିଦ୍ଧିବଧଭାବେ ଘୋଷଣା କରାଯାଇଛି । ତେଣୁ ଏଥିରେ କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି କଟାକ୍ଷ କରିଛନ୍ତି ସସ୍ମିତ ।

ସେହିଭଳି ବୈଜୟନ୍ତ ବାରମ୍ବାର କହୁଛନ୍ତି ଯେ ସେ ବିଜେଡିକୁ ଛାଡ଼ିଥିଲେ କିନ୍ତୁ ପ୍ରକୃତରେ ଦଳ ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଥିଲା । ବିଶେଷ କରି ସେ ଏକ ଖଣି କମ୍ପାନୀ ପାଇଁ କାର୍ଯ୍ୟ କରୁଛନ୍ତି ବୈଜୟନ୍ତ । ଯେଉଁଥି ପାଇଁ ସେ ୬ କୋଟି ଟଙ୍କା ଦରମା ମଧ୍ୟ ପାଉଛନ୍ତି ବୋଲି ଓଡ଼ିଶାବାସୀଙ୍କୁ ଲୁଚାଇ ରଖିଥିବା ସାଂଘାତିକ ଅଭିଯୋଗ ଆଣିଛି ବିଜେଡି । ଏଭଳି ଦଳ ବିରୋଧୀ କାର୍ଯ୍ୟ ଦର୍ଶାଉଛି ଯେ ବିଜେଡି ଦଳ ପ୍ରତି ତାଙ୍କର ଆଭିମୁଖ୍ୟ କ’ଣ ରହିଥିଲା । ପୂର୍ବରୁ ବିଜେପିର ମୁଖପାତ୍ର ବୋଲାଉଥିଲେ ଆଜି ବିଧିବଦ୍ଧଭାବେ ତାଙ୍କୁ ଉପାଧି ମଧ୍ୟ ମିଳିଗଲା ବୋଲି କହି କଟାକ୍ଷ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।