ଭୁବନେଶ୍ୱରରେ ବିଜେଡି ସୁପ୍ରିମୋଙ୍କ ରୋଡ୍ ସୋ’ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ନବୀନ ।

169

କନକ ବ୍ୟୁରୋ : ରାଜଧାନୀ ରାଜରାସ୍ତାରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ୍ ପ୍ରଚାର । ଭୁବନେଶ୍ୱରରେ ନବୀନଙ୍କ ବିଶାଳ ରୋଡ୍ ସୋ’ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ବିଜେଡି ସୁପ୍ରିମୋ । ଗତକାଲି କଟକରୁ ଭୁବନେଶ୍ୱର ଯାଏଁ ରୋଡ୍ ସୋ ଜରିଆରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିବା ମୁଖ୍ୟମନ୍ତ୍ରୀ ଆଜି ବେଗୁନିଆରୁ ଭୁବନେଶ୍ୱର ଯାଏଁ କରିଛନ୍ତି ଶକ୍ତି ପ୍ରଦର୍ଶନ । ବେଗୁନିଆରୁ ବାହାରିଥିବା ଏହି ରୋଡ୍ ସୋ’ ଖୋର୍ଦ୍ଧା, ଜଟଣୀ ଦେଇ ଭୁବନେଶ୍ୱରରେ ଅଭିମୁଖେ ଆସିଛି । ଫୋକସରେ ରହିଛି ଭୁବନେଶ୍ୱରର ୩ଟି ବିଧାନସଭା ଆସନ । ଏକାମ୍ର, ମଧ୍ୟ ଏବଂ ଉତ୍ତର ଭୁବନେଶ୍ୱର ।

କେନ୍ଦ୍ରର ମୋଦି ସରକାରଙ୍କୁ କଡା ସମାଲୋଚନା ଭିତରେ ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟର କୋଣ ଅନୁକୋଣରେ ବୁଲି ପ୍ରଚାର ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ଏହାରି ଭିତରେ ଆଜି ଭୁବନେଶ୍ୱରରେ ରୋଡ୍ ସୋ’ କରୁଛନ୍ତି ନବୀନ । ତୃତୀୟ ପର୍ଯ୍ୟାୟ ଅର୍ଥାତ ଆସନ୍ତା ଏପ୍ରିଲ ୨୩ ତାରିଖରେ ଏଠାରେ ନିର୍ବାଚନ ହେବାକୁ ଥିବା ବେଳେ, ଏଥର ପୁଣି ଥରେ ଏକାମ୍ର କ୍ଷେତ୍ରରୁ ବିଜେଡି ଟିକେଟରେ ମଇଦାନକୁ ଓହ୍ଲାଇଛନ୍ତି ଅଶୋକ ଚନ୍ଦ୍ର ପଣ୍ଡା । ସେହିପରି ପୂର୍ବତନ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ମଧ୍ୟ ଭୁବନେଶ୍ୱରରୁ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରୁ ଲଢୁଛନ୍ତି ସୁଶାନ୍ତ କୁମାର ରାଉତ ।