ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜେପିକୁ କାଉଂଟର କରି ଆଜି ବିଜେଡି ଦଳ ରାଜଭବନ ଆଗରେ ଧାରଣା ଦେଇଛି । ପୁଣି ସେହି ପୁରୁଣା ଅସ୍ତ୍ରର ସାହାରା ନେଇଛି ଦଳ । କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ନେଇ ବିଜେଡି ରାଜଭବନ ଆଗରେ ଧାରଣା ଦେଉଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ଦଳ ଦାବି କରିଛି । ଏହା ସହ ବିଭିନ୍ନ କେନ୍ଦ୍ରୀୟ ଯୋଜନା ବନ୍ଦ କରିବା ଫଳରେ ରାଜ୍ୟ ୩୭ ହଜାର କୋଟି ଟଙ୍କା ହରାଉଛି । ଏହା ରାଜ୍ୟର ସ୍ୱାର୍ଥ ବିରୋଧୀ । କେନ୍ଦ୍ର ଏଭଳି ମନୋଭାବକୁ ବିଜେଡି ବିରୋଧ କରିବ ବୋଲି ଦଳ କହିଛି ।
କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗରେ ବିଜେଡିର ରଣହୁଙ୍କାର : କୃଷି ପ୍ରତି ଅଣଦେଖା କରିଥିବା ଅଭିଯୋଗରେ ରାଜଭବନ ଆଗରେ ଧାରଣା
/kanak/media/post_attachments/wp-content/uploads/2016/06/vlcsnap-2016-06-29-11h10m46s871.png)