କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟାକ୍ଷ କରିବା କିଛି ନୂଆ କଥା ନୁହେଁ । ଅନେକ ସମୟରେ ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ନବୀନଙ୍କୁ ନିଶାନା କରିଥାନ୍ତି ଧର୍ମେନ୍ଦ୍ର । ତେବେ ଗତ ଦୁଇ ଦିନ ତଳେ ଆସିଥିବା ଇଣ୍ଡିଆ ଟୁଡେର ସର୍ଭେ ରିପୋର୍ଟକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ ହୋଇପଡିଛି । ଇଣ୍ଡିଆ ଟୁଡେ ସର୍ଭେ ରିପୋର୍ଟରେ ନବୀନଙ୍କ ଭାବମୂର୍ତ୍ତି ଓଡ଼ିଶାରେ ଅକ୍ଷୂର୍ଣ୍ଣ ରହିବା ସହ ପୁନର୍ବାର ସରକାର ଗଢ଼ିବା ନେଇ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି । ଏହାକୁ ନେଇ ଧର୍ମେନ୍ଦ୍ର ଏକ ବ୍ୟଙ୍ଗତ୍ମାକ ଶୈଳୀରେ ନବୀନଙ୍କ ଉପରେ ମନ୍ତବ୍ୟ ଦେଇଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

Advertisment

naveen vs dharmendra'ଇଣ୍ଡିଆ ଟୁଡେ ସର୍ଭେ' ରିପୋର୍ଟକୁ ନେଇ ଧର୍ମେନ୍ଦ୍ର କହିଛନ୍ତି ଯେ, “ଓଡ଼ିଶା ରାଜନୀତିରେ ନବୀନ ବାବୁ ମହାବଳଶାଳୀ ବାଳି ରାଜା ମୁଁ ମାତ୍ର ଗୁଣ୍ଡୁଚି ମୂଷା ଟିଏ ତେଣୁ ତାଙ୍କ ସହିତ ମୁଁ ଆଦୌ ତୂଳନୀୟ ନୁହେଁ । କାରଣ ସେ ରାଜା ହେଲେ ମୁଁ ଜଣେ ରଙ୍କ” ବୋଲି ନିଜକୁ ଉଚାରଣ କରିଛନ୍ତି ଧର୍ମେନ୍ଦ୍ର । ତେବେ ଏଭଳି କହିବା ପଛରେ କାରଣ କ’ଣ ତାହା ସ୍ପଷ୍ଟ ଜଣା ପଡୁ ନଥିଲେ ମଧ୍ୟ ଇଣ୍ଡିଆ ଟୁଡେ’ ସର୍ଭେ ରିପୋର୍ଟକୁ ନେଇ ହୁଏତ ବ୍ୟଥୀତ ହୋଇପଡିଛନ୍ତି ଧର୍ମେନ୍ଦ୍ର ବୋଲି ରାଜନନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

naveen vs dharmendraଏହାପରେ ନିଜର କଥାକୁ ରାଜନୈତିକ ଲେପ ଦେଇ କହିଛନ୍ତି ଯେ ଓଡ଼ିଶାରେ ନବୀନ ବାବୁ ସରକାର ଗଢ଼ିବେ ବୋଲି ଯେଉଁ ସର୍ଭେ ରିପୋର୍ଟ କହିଛି ସେହି ସର୍ଭେ ରିପୋର୍ଟ ଅନୁସାରେ କେନ୍ଦ୍ରରେ ପୁଣି ମୋଦି ସରକାର ଆସିବ ବୋଲି ଦର୍ଶାଯାଇଛି । ତେଣୁ କେନ୍ଦ୍ରରେ ମୋଦି ସରକାରଙ୍କ ଲୋକପ୍ରିୟତା ଅକ୍ଷୂର୍ଣ୍ଣ ରହିଥିବାବେଳେ ଓଡ଼ିଶାରେ ମଧ୍ୟ ମୋଦିଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି । ଭୋଟ ଫଳାଫଳ କ’ଣ ହେବ ତାହା ଏବେ ଠାରୁ କହିବା ଠିକ୍ ନୁହେଁ କିନ୍ତୁ ଓଡ଼ିଶାର ଯୁବପିଢ଼ୀ ବଡ଼ ପରିବର୍ତ୍ତନ ଚାହିଁଲେଣି ତେଣୁ ଏଥର ବିଜେପି ସରକାର ଗଢ଼ିବ କହି ଦମ୍ଭୋକ୍ତି ବାଢ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।