ସରିଲା ବିଜେଡି ବିଧାୟକ ଦଳ ବୈଠକ । ଇସ୍ତାହାର ପ୍ରତିଶ୍ରୁତି ପୂରଣ କରିବାକୁ ନବୀନଙ୍କ ଫୋକସ୍ ।

121

କନକ ବ୍ୟୁରୋ: ଆସନ୍ତା ବିଧାନସଭା ମୌସୁମୀ ଅଧିବେଶନ ପାଇଁ ବିଜେଡିର ବ୍ଲୁ-ପଣ୍ଟ୍ । ପଞ୍ଚମ ପାଳିର ପ୍ରଥମ ମୌସୁମୀ ଅଧିବେଶନ ପୂର୍ବରୁ ବିଧାୟକଙ୍କ ସହ ରଣନୀତି ପ୍ରସ୍ତୁତ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବୈଠକ ପରେ, ନବୀନ କହିଛନ୍ତି କି, ରାଜ୍ୟର ସ୍ୱାର୍ଥ ନେଇ ବିଧାନସଭାରେ ସମସ୍ତ ପ୍ରକାର ଆଲୋଚନା କରିବାକୁ ପ୍ରସ୍ତୁତ ରହିଛି ବିଜେଡି । ୨୦୧୯ ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବୁ । ତେଣୁ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କ ସହଯୋଗ ଆବଶ୍ୟକ ବୋଲି କହିଛନ୍ତି ନବୀନ ।

ଅନ୍ୟପଟେ ଆସନ୍ତା ୨୫ ତାରିଖରୁ ଷୋଡଶ ବିଧାନସଭାର ଅଧିବେଶନ ଆରମ୍ଭ ହେବ । ତେଣୁ ବିଜେଡି ସରକାରର ପଞ୍ଚମ ପାଳିର ପ୍ରଥମ ବିଧାନସଭା ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ ଏବଂ ମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Comments are closed.