ଭାରତ ବନ୍ଦର ଭିତିରି କଥା । କଂଗ୍ରେସ ଓ ବିଜେଡି ଏକାଠି : ବିଜେପି

33

କନକ ବ୍ୟୁରୋ : ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଭାରତ ବନ୍ଦ ଉପରେ ପ୍ରତିକ୍ରିୟା ରଖିଛି ବିଜେପି । ବିଜେଡି ଓ କଂଗ୍ରେସ ମିଶିକି ଏହି ବନ୍ଦ ପାଳନ କରୁଛନ୍ତି ବୋଲି ବିଜେପି କହିଛି । ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଯିବାର ଅଳ୍ପ ସମୟ ଭିତରେ ଗୃହ ବନ୍ଦ କରିବା ଏହାର କାରଣ ବୋଲି କହିଛନ୍ତି ବିଜେପି ମୁଖପାତ୍ର ସମୀର ମହାନ୍ତି । ଜାତୀୟ ରାଜପଥରେ ଗାଡି ୨ ଘଂଟାରୁ ଅଧିକ ସମୟ କେବେ ବି ଅଟକାଯାଏନି । ଗୃହ ବିଭାଗ ଏହାକୁ ସମର୍ଥନ କରୁଛି । ବିଜେଡି ପ୍ରତିବାଦ କଲା ବେଳେ ପେଟ୍ରୋଲ ପମ୍ପ ଆଗରେ ଟାୟାର ଜାଳି ପ୍ରତିବାଦ କରୁଥିଲା ଏହା ବେଆଇନ ।

 

ରାଜସ୍ଥାନ ୪ ପ୍ରତିଶତ ଭାଟ କମାଇଲା, ଓଡିଶା କାହିଁ କମାଉନି ବୋଲି ସେ ପ୍ରଶ୍ନ କରିଛନ୍ତି । ଆଦାୟ ହେଉଥିବା ଟିକସର ହରିଲୁଟ ହେଉଥିବା ବିଜେପି କହିଛି । ସେପଟେ ତୈଳ ଦର ବୃଦ୍ଧି ପ୍ରତିବାଦରେ ଭାରତ ବନ୍ଦ ଥିବା ବେଳେ ଆଜି ବିଧାନସଭାରେ ବି ତେଲ ତାତି ଦେଖିବାକୁ ମିଳିଛି । ବିଧାନସଭା ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟ ମାନେ ହୋହାଲ୍ଲା କରିଥିଲେ । ତେଲ ଦର ନେଇ କଂଗ୍ରେସ ବିଧାୟକ ହଟ୍ଟଗୋଳ କରିବା ପରେ ବିଜେପି ସଦସ୍ୟ ଚାରା ଦୁର୍ନୀତି ନେଇ ଶାସକ ଦଳକୁ ଘେରିଥିଲେ । ଫଳରେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।