କାହିଁକି ଅଟକିଲା ବିଜେଡିର ଯୁବ-ଛାତ୍ର ସମ୍ପର୍କ ଅଭିଯାନର ରଥ? ଅସହିଷ୍ଣୁତା ନା ନେତାଙ୍କ କନ୍ଦଳ କାରଣ!

142

କନକ ବ୍ୟୁରୋ : ବିଜେଡିର ଯୁବ-ଛାତ୍ର ସମ୍ପର୍କ ଅଭିଯାନରେ ହଠାତ୍ ଲାଗିଯାଇଛି ବ୍ରେକ୍ । ରାଜ୍ୟର ସମସ୍ତ ଯୁବ-ଛାତ୍ରଙ୍କୁ ଦଳ ସହ ଯୋଡିବାକୁ ଯେଉଁ ପ୍ରୟାସ ଆରମ୍ଭ ହୋଇଥିଲା, ତାହା ବିଜେଡି ପାଇଁ ବୁମେରାଂ ହୋଇଛି କି? ଏହିକଥା ଆମେ ଏଥିପାଇଁ କହୁଛୁ କାରଣ ଯେଉଁ ଗତିରେ ବିଜେଡିର ଯୁବ-ଛାତ୍ର ଅଭିଯାନ ଆରମ୍ଭ ହୋଇଥିଲା ସେହି ଗତିରେ ଏହି ଅଭିଯାନ ଅଟକି ଯାଇଛି । ଏହି ଅଭିଯାନରେ ରାଜ୍ୟର ଯୁବ- ଛାତ୍ରଙ୍କୁ ଦଳ ସହ ଯୋଡିବା ପାଇଁ ବିଜେଡି ଯେଉଁ ସ୍ୱପ୍ନ ଦେଖିଥିଲା ତାହା ଏବେ ଅଧାରେ ଅଟକି ଯାଇଛି । ଏହା ପଛର କାରଣ ହେଉଛି ଦଳୀୟ ଅସନ୍ତୋଷ ବା ଅସହିଷ୍ଣୁତା । ଏପରିକି ଯାହାକୁ ଏହି ଅଭିଯାନର ଗୁରୁଦାୟିତ୍ୱ ଦିଆଯାଇଥିଲା ତାଙ୍କରି ବିରୋଧରେ ବିଷ ଓଗାଳିଥିଲେ ଦଳୀୟ କର୍ମକର୍ତ୍ତା । ଆଉ ଏହାପରେ ସାମୟିକ ଭାବେ ବନ୍ଦ ହୋଇଯାଇଛି ଯୁବ-ଛାତ୍ର ସମ୍ପର୍କ ଅଭିଯାନ । ଏହି ଅଭିଯାନ ସମ୍ପର୍କ ବଢାଇବା ବଦଳରେ ଦଳୀୟ କର୍ମମର୍ତ୍ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିଛି ।

23795926_1496025227160267_6604750185137782079_nପାୱାର କରିଡରର ସୂଚନା କହୁଛି, ଏହି କାର୍ଯ୍ୟକ୍ରମକୁ ସାମୟିକ ବନ୍ଦ ରଖାଯାଇଛି । କାହିଁକି ନା ନିକଟରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କିଛି ନେତା ଏହି କାର୍ଯ୍ୟକ୍ରମକୁ ନେଇ ନିଜ ଅସନ୍ତୋଷ ଜାହିର କରିଥିଲେ । କାର୍ଯ୍ୟକ୍ରମର ଚେହେରା ବନିଥିବା ଅନୁଭବ ମହାନ୍ତିଙ୍କ ଦକ୍ଷତା ଉପରେ ତିଆରି କରିଥିଲେ ପ୍ରଶ୍ନବାଚୀ । ବିବାଦ ଆଗକୁ ବଢିବାର ଅଶଙ୍କା ଥିବାରୁ କାର୍ଯ୍ୟକ୍ରମକୁ ସାମୟିକ ଭାବେ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହେଲା । ତେବେ ବଡ କଥା ହେଉଛି, ଏହା ପଛରେ ଏକ ବଡ ରାଜନୈତିକ ଉଦ୍ଦେଶ୍ୟ ରହିଛି । ୨୦୧୯ରେ ନିଜ ପ୍ରିୟ ଲୋକଙ୍କୁ ଟିକେଟ ଦେବାରେ କାଳେ ଅସୁବିଧା ହେବ ଏବଂ ଓଲିଉଡ୍ ଷ୍ଟାର ଅନୁଭବ ଯଦି ସଫଳତାର ସହ କାର୍ଯ୍ୟକ୍ରମ ଆଗକୁ ବଢାନ୍ତି ତେବେ କିଛି ଜଣଙ୍କର ଯୋଜନାରେ ପାଣି ମାଡିଯିବ, ଏଭଳି ଆଶଙ୍କା କରି ଅନୁଭବଙ୍କ ରାସ୍ତାରେ ଟଣାଗଲା ଲକ୍ଷ୍ମଣରେଖା । କୁହାଯାଉଛି, ଦୁଇ ପୂର୍ବତନ ଯୁବ ମନ୍ତ୍ରୀଙ୍କ ଭିତରେ ତିକ୍ତତା କିଛି ଏଭଳି ପରିମାଣରେ ବଢିଗଲାଣି ଯେ, କେହି କାହାରିକୁ ସହ୍ୟ କରିବା ସ୍ଥିତିରେ ନାହାନ୍ତି । ତେଣୁ ନିଜ ନିଜ ପ୍ରଭାବ ଜାହିର କରିବାକୁ ସେମାନେ ଦଳକୁ ଅଡୁଆରେ ପକାଇବାକୁ ବି ପଛାଉନାହାନ୍ତି ।

bjd-press-meet-31ରାଜ୍ୟର ଯୁବକ ଓ ଛାତ୍ରମାନଙ୍କୁ ଦଳ ସହ ଯୋଡିବା ପାଇଁ ବିଜେଡି ଆରମ୍ଭ କରିଥିଲା ଏକ ସ୍ୱତନ୍ତ୍ର ଅଭିଯାନ । ‘ଯୁବ-ଛାତ୍ର ସମ୍ପର୍କ ଅଭିଯାନ’ ନାମରେ ଆରମ୍ଭ ହୋଇଥିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯୁବକ ଓ ଛାତ୍ରଙ୍କୁ ଦଳ ଆଡକୁ ଆକୃଷ୍ଟ କରିବା । ଆଉ ନଭେମ୍ବର ୧୮ ତାରିଖରେ ପୂର୍ଣ୍ଣାଙ୍ଗ ରୂପ ପାଇଲା ଏହି କାର୍ଯ୍ୟକ୍ରମ । ଆଉ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଥିଲେ ଦଳର ରାଜ୍ୟସଭା ସାଂସଦ ତଥା ସିନେଷ୍ଟାର ଅନୁଭବ ମହାନ୍ତି । ଏପରିକି ତାଙ୍କୁ ଏହି କାର୍ଯ୍ୟକ୍ରମର ସଂଯୋଜକ କରି ବିଜେଡି ଯୁବ-ଛାତ୍ର ମାନଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା ପାଇଁ ବାହାରିଥିଲା । ପ୍ରଥମ ପର୍ଯ୍ୟାୟରେ ତିନୋଟି ଜିଲ୍ଲା ନବରଙ୍ଗପୁର, କୋରାପୁଟ ଓ ବରଗଡ ଜିଲ୍ଲାର ନିର୍ବାଚନମଣ୍ଡଳୀରେ ଆରମ୍ଭ ହୋଇଥିଲା ଯୁବ-ଛାତ୍ର ସମ୍ପର୍କ ଅଭିଯାନ । ବେଶ ଜାକଜମକରେ କିଛି ଦିନ ଚାଲିଲା ଏହି କାର୍ଯ୍ୟକ୍ରମ ।

ବିଜେଡିର ଜନହିତକର ଯୋଜନା ଓ ବିକାଶ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଦଳର ୟଙ୍ଗ ବିଗ୍ରେଡ ବେଶ ପରିଶ୍ରମ ମଧ୍ୟ କଲେ । ଯେଉଁଠି କାର୍ଯ୍ୟକ୍ରମ ହେଲା ସେଠାରେ ହଜାର ହଜାର ଯୁବକ-ଛାତ୍ରଙ୍କୁ ଦେଖିବାକୁ ମଧ୍ୟ ମିଳିଲା । ଏତେ ସଂଖ୍ୟାର ଲୋକଙ୍କୁ ଦେଖିବା ପରେ ବିଜେଡି ଦଳର ୟଙ୍ଗ ବିଗ୍ରେଡଙ୍କ ମନ ମଧ୍ୟ ଖୁସିରେ ଫାଟି ପଡୁଥିଲା । କିନ୍ତୁ ହଠାତ ମାଡି ଆସିଲା କଳାହାଣ୍ଡିଆ ମେଘ । ଏହି କାର୍ଯ୍ୟକ୍ରମ ୧୪୭ଟି ନିର୍ବାଚନମଣ୍ଡଳୀରେ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ହାତଗଣତି କେତୋଟି ନିର୍ବାଚନମଣ୍ଡଳୀରେ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଦଳୀୟ କର୍ମକର୍ତ୍ତାଙ୍କ ଭିତରେ ଦେଖାଦେଇଥିଲା ସାଂଘାତିକ ଅସନ୍ତୋଷ । ଯେଉଁ ମାନଙ୍କ ଉପରେ ଦଳ ନିର୍ଭର କରି ୨୦୧୯ ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛି, ସେମାନେ ହିଁ ବିଷ ଉଗାଳିଥିଲେ । ଛାମୁଆ ସଂଗଠନର ଯେଉଁମାନେ ମାର୍ଗଦର୍ଶକ ସାଜିଛନ୍ତି ସେମାନଙ୍କର ବ୍ୟକ୍ତିଗତ ଶତ୍ରୁତା ଏହି କାର୍ଯ୍ୟକ୍ରମର ବାଟ ଉଗାଳିଥିଲା ।ଛାତ୍ର ଓ ଯୁବ ସଂଗଠନର ନେତା ମାନଙ୍କ ଭିତରେ ଥିବା ଫାଟ ଆଗକୁ ବଢିଥିଲା ।

anu bhavୟଙ୍ଗ ବିଗ୍ରେଡଙ୍କ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ଦଳୀୟ କାର୍ଯ୍ୟାଳୟକୁ ଡକାଗଲା ଉଭୟ ଶାଖାର ସମସ୍ତ କର୍ମକର୍ତ୍ତାଙ୍କୁ । ବୈଠକରେ ଏନେଇ ମାନସମନ୍ଥନ ଆରମ୍ଭ ହେବା ପରେ ବିଜେଡିର ୟଙ୍ଗ ବିଗ୍ରେଡ ଅନୁଭବ ମହାନ୍ତିଙ୍କୁ ନେଇ ବିଷ ଓଗାଳିବା ଆରମ୍ଭ କରିଦେଲେ । ବିଜେଡିରେ ନେତା କିଏ ? ନବୀନ ପଟ୍ଟନାୟକ ନା ଅନୁଭବ ମହାନ୍ତି? ଏଭଳି କିଛି ପ୍ରଶ୍ନରେ ଦଳର ମୁଣ୍ଡିଆଳ ବୋଲାଉଥିବା କିଛି ନେତାଙ୍କ ମୁଣ୍ଡ ଘୂରାଇ ଦେଇଥିଲା । ୟଙ୍ଗ ବିଗ୍ରେଡର ଅଭିଯୋଗ ଥିଲା, ଦଳରେ ଅନୁଭବ ମହାନ୍ତିଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏପରିକି ବ୍ୟାନର୍, ପୋଷ୍ଟରରେ ଅନୁଭବଙ୍କ ଫଟୋ ରଖାଯାଉଛି। ବହୁ ବ୍ୟାନରରୁ ବିଜୁ ଓ ନବୀନଙ୍କ ଫଟୋ ବି କଟିଯାଉଛି। ବିଜେଡିରେ ନବୀନ ପଟ୍ଟନାୟକଙ୍କୁ ବାଦ୍ ଦେଲେ ଆଉ କୌଣସି ନେତା ଭୋଟ୍ ଟାଣିବାକୁ ସକ୍ଷମ ନୁହେଁ। ନବୀନ ହିଁ ଆମର ହିରୋ। ଏଥିରେ ପୁଣି ସିନେମା ହିରୋଙ୍କର କ’ଣ ଏତେ ପ୍ରୟୋଜନ ବୋଲି କର୍ମକର୍ତ୍ତାମାନେ ସିଧାସଳଖ ପ୍ରଶ୍ନ କରିଥିଲେ।

ପଞ୍ଚାୟତ ନିର୍ବାଚନ କଥା ମନେ ପକାଇ କର୍ମକର୍ତ୍ତାମାନେ କହିଥିଲେ, ପଞ୍ଚାୟତ ନିର୍ବାଚନ ବେଳେ ବି ଅନୁଭବ ବୁଲିଥିଲେ। ଅଭିନେତା ହୋଇଥିବାରୁ ଲୋକ ତାଙ୍କୁ ଦେଖିବାକୁ ଆସୁଥିଲେ। କିନ୍ତୁ ତାହା ଆଦୌ ଭୋଟରେ ପରିଣତ ହେଉ ନ ଥିଲା। ତେଣୁ ଅନୁଭବଙ୍କୁ ଅଯଥା ଗୁରୁତ୍ୱ ଦେଇ ସଂଗଠନ ଭୁଶୁଡ଼ିବାକୁ ଦିଆ ନ ଯାଉ। ବର୍ତ୍ତମାନ ତୃଣମୂଳ ସ୍ତରରେ ସଂଗଠନ ଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉ। ଅଭିନେତାଙ୍କୁ ବୁଲାଇ କେବଳ ଲୋକ ରୁଣ୍ଡ କରିଦେଲେ ଦଳର ଲାଭ ନୁହେଁ, ବରଂ ଭୋଟ୍ ଭାଙ୍ଗିଯିବ ଆଉ କ୍ଷତି ହେବ ବୋଲି ସେମାନେ ସିଧା ସିଧା ଯୁବ ଶାଖା ଦାୟିତ୍ୱରେ ଥିବା ନେତାଙ୍କୁ ଶୁଣାଇଥିଲେ।

anubhavଏହି ବାବଦରେ ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରାଯିବ ବୋଲି କହିଥିଲେ ଦଳର କିଛି ମୁଣ୍ଡିଆଳ ନେତା । ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତି ନେବେ ସେହି ଅନୁଯାୟୀ ଅଭିଯାନକୁ ଆଗକୁ ନିଆଯିବ ବୋଲି ମଧ୍ୟ ପ୍ରତିଶୃତି ଦେଇଥିଲେ । କିନ୍ତୁ ଏହି ଅଭିଯାନ ବନ୍ଦ ହେବା ପଛରେ ଆଉ ଏକ ବଡ କାରଣ ଲୁଚି ରହିଛି ତାହା ହେଲା ଅନୁଭବଙ୍କ ପ୍ରତି ପାୱାର କରିଡରରେ ଥିବା କିଛି ନେତାଙ୍କ ‘ଅସହିଷ୍ଣୁତା’ । କାରଣ ଯୁବ-ଛାତ୍ର ସମ୍ପର୍କ ଅଭିଯାନ ଆରମ୍ଭ ହେବା ପରେ ବିଜେଡିର ୟଙ୍ଗ ବିଗ୍ରେଡ ଜୋସରେ ଅଭିଯାନକୁ ଆଗେଇ ନେଉଥିଲେ । କିନ୍ତୁ ହଠାତ୍ ଅନୁଭବ ନାଁକୁ ସାମ୍ନାକୁ ଆଣି ଅଭିଯାନକୁ ବନ୍ଦ କରିବା ପଛରେ ଏକ ବଡ ରହସ୍ୟ ଲୁଚି ରହିଛି ।

anubhav-mohanty-in-politics-joins-bjdଯୁବ-ଛାତ୍ର ସମ୍ପର୍କ ଅଭିଯାନର ଗୁରୁଦାୟିତ୍ୱ ଅନୁଭବଙ୍କୁ ଦେବା ପରେ କିଛି ନେତା ଆରମ୍ଭ କରିଥିଲେ ଅନୁଭବ ବିରୋଧୀ ମେଳି । ସିନେଷ୍ଟାରରୁ ସାଂସଦ ପାଲଟିଥିବା ଅନୁଭବଙ୍କର ଦଳ ଭିତରେ ଦିନକୁ ଦିନ ପତିଆରା ବୃଦ୍ଧି ପାଉଥିବା ବେଳେ ଏହା କିଛି ନେତାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା । ଭୟ ଥିଲା ଯୁବ-ଛାତ୍ର ସମ୍ପର୍କ ଅଭିଯାନ ସଫଳ ହେଲେ ଅନୁଭବ ସେମାନଙ୍କ ସ୍ଥାନ ନେଇଯିବେନି ତ । ଦଳରେ କମିଯିବନି ତ ସେମାନଙ୍କ କାଟତି । କାରଣ ପ୍ରଥମ ଥର ପାଇଁ ଅବୁଭବଙ୍କ ନେତୃତ୍ୱରେ ଯୁବ-ଛାତ୍ର ସମ୍ପର୍କ ଅଭିଯାନର ପ୍ରଥମ ପଯ୍ୟାୟ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ ସଫଳ ହୋଇଥିଲା । ଏପରିକି ନବୀନ କାର୍ଯ୍ୟକ୍ରମ ଭଳି ଏହି କାର୍ଯ୍ୟକ୍ରମରେ ମଧ୍ୟ ହଜାର ହଜାର ସଂଖ୍ୟାରେ ସମର୍ଥକଙ୍କୁ ଦେଖିବାକୁ ମିଳିଥିଲା । ଯାହା କେବଳ ଅନୁଭବଙ୍କ ଲୋକପ୍ରିୟତା ଯୋଗୁଁ ସମ୍ଭବ ହୋଇଥିବା ଖବର ବାହାରେ ଘୁରିବୁଲିଥିଲା ।

ତେବେ ଏହି ଘଟଣା ପୂର୍ବରୁ ଯୁବ-ଛାତ୍ର କାର୍ଯ୍ୟକ୍ରମ ପରିଚାଳନା କରି ବାହାବା ନେଉଥିବା ମୁଣ୍ଡିଆଳ ନେତାଙ୍କ ପାଇଁ ଶକ୍ତ ଧକ୍କା ଥିଲା । ଅନୁଭବଙ୍କ ଲୋକପ୍ରିୟତା କିଛି ମୁଣ୍ଡିଆଳ ନେତାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା । ଦଳୀୟ କାର୍ଯ୍ୟକ୍ରମରେ ସେମାନଙ୍କୁ ବାଦ୍ ଦିଆଯାଇ ଅନୁଭବଙ୍କୁ ଅଧିକ ଗୁରୁତ୍ୱ ଦିଆଯିବା କିଛି ନେତାଙ୍କର ହଜମ ହୋଇନଥିଲା । ଏପରିକି ଏଭଳି କିଛି ନେତା ଅନୁଭବଙ୍କ ପ୍ରତି ଅସହିଷ୍ଣୁ ହୋଇଯାଇଥିଲେ । ତେଣୁ ଅନୁଭବଙ୍କ ଛବି ଦଳରେ ଖରାପ କରିବା ପାଇଁ କିଛି ମୁଣ୍ଡିଆଳ ନେତା କରିଥିଲେ ସୁଚିନ୍ତିତ ଋଣନୀତି ।
ଆଉ ଏହି ଋଣନୀତିକୁ ସଫଳ କରିବା ପାଇଁ ୟଙ୍ଗ ବିଗ୍ରେଡର କିଛି ନେତାଙ୍କ ସାହାଯ୍ୟରେ ଆରମ୍ଭ ହୋଇଥିଲା ଉଦ୍ୟମ । ଆଉ ରାଜନୀତିକୁ ଠିକ୍ ଭାବେ ବୁଝି ନଥିବା ଅନୁଭବ ମୁଣ୍ଡିଆଳ ନେତା ରଚିଥିବା ଚକ୍ରବ୍ୟୁହରେ ଫଶିଯାଇଥିଲେ ।

anubhav mohanty 11ଯେଉଁ ଯୁବ-ଛାତ୍ର ନେତା ଅଭିଯାନରେ ଅନୁଭବଙ୍କ ସହ ମିଶି ଜିନ୍ଦାବାଦ ପକାଉଥିଲେ ହଠାତ୍ ସେମାନେ ନିଜ ସ୍ୱର ପରିବର୍ତ୍ତନ କରି ଅନୁଭବଙ୍କୁ ବିରୋଧ କରିବା ଆରମ୍ଭ କରିଥିଲେ । ଏପରିକି ଅନୁଭବଙ୍କ ପାଇଁ ଦଳୀୟ ସଂଗଠନରେ ଫାଟ ସୃଷ୍ଟି ହେଉଛି ବୋଲି ଦଳର ଯୁବ ଶାଖା ଦାୟିତ୍ୱରେ ଥିବା ନେତାଙ୍କୁ ଜଣାଇଥିଲେ । ଏହାସହ ଦଳ ଅନୁଭବଙ୍କୁ ମାତ୍ରାଧିକ ଗୁରୁତ୍ୱ ଦେବା ବନ୍ଦ ନକଲେ ସାମୂହିକ ଭାବେ ଇସ୍ତଫା ଦେବାକୁ ଧମକ ଦେଇଥିଲେ ଉଭୟ ଶାଖାର କର୍ମକର୍ତ୍ତା । ତେବେ ଦଳ ଭିତରେ ଏଭଳି ଅସନ୍ତୋଷ ଦେଖାଯିବା ପରେ ଅଧା ବାଟରେ ଅଟକି ଯାଇଛି ଯୁବ-ଛାତ୍ର ସମ୍ପର୍କ ଅଭିଯାନ । ଏସବୁ ଭିତରେ ପ୍ରଶ୍ନ ଉଠୁଛି ଯଦି ପୁଣିଥରେ ସମ୍ପର୍କ ଅଭିଯାନକୁ ଆଗକୁ ନିଆଯାଏ ତେବେ ଅନୁଭବଙ୍କୁ କଣ ପୂର୍ବଭଳି ଗୁରୁଦାୟିତ୍ୱ ଦେବେ କି ନବୀନ ? ଏହାବାଦ ପୁଣିଥରେ କେବେ ଯୁବ-ଛାତ୍ର ସମ୍ପର୍କ ଅଭିଯାନ ଆରମ୍ଭ ହେବ ଏବେ ତାହା ଉପରେ ସମସ୍ତଙ୍କ ନଜର ।