ବରଗଡ : କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଭାଙ୍ଗିବା ପରେ ବିଜୟ ଉତ୍ସବ ମନାଇଥିଲା ବିଜେଡି । ବିକାଶ ଉତ୍ସବକୁ ଭଣ୍ଡୁର କରିବାକୁ ଉଦ୍ୟମ କରି ନିଜେ ବିଜୟ ଉତ୍ସବ ମନାଇଲେ ବିଜେଡି ନେତା ଓ କର୍ମୀ । ଏଭଳି କିଛି ଦୃଶ୍ୟ କଏଦ ହୋଇଛି କ୍ୟାମେରାରେ । କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଉପରକୁ ଢେଲା ମାଡ କରି ଭାଙ୍ଗିଦେବା ପରେ କିଛି ଏଭଳି ଢଙ୍ଗରେ ସେଲିବ୍ରେସନ ହୋଇଥିଲା । ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ସମର୍ଥକ କାନ୍ଧରେ ବସାଇ ନିଜ ଜିତକୁ ଜାହିର କରିଥିଲେ ବିଜେଡି କର୍ମୀ । ପ୍ରଶ୍ନ ଉଠୁଛି ରାଜନୈତିକ ପ୍ରତିଦ୍ୱନ୍ଦିତାର ଏ କି ପ୍ରକାର ଚେହେରା । ଯେତେବେଳେ ରାଜନୈତିକ ଅରାଜକତାକୁ ନେଇ ଉତ୍ସବ ମନାଉଛନ୍ତି ଶାସକ ଦଳର ବିଧାୟକ ଓ କର୍ମୀ ।
-
ଧରାପଡିଲା ବିଜେଡି ମିଛ : ଗାଡି ଭାଙ୍ଗିବା ପରେ ଉତ୍ସବ ମନାଇଥିଲେ ବିଜେଡି କର୍ମୀ
/kanak/media/post_attachments/wp-content/uploads/2016/06/vlcsnap-2016-06-25-17h20m12s424.png)