କଟକରେ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର : ମୈଦାନରେ ସମସ୍ତ ଶକ୍ତି ଖଟାଇ ପ୍ରଚାର କରୁଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ

131

କନକ ବ୍ୟୁରୋ : କଟକ ଲୋକସଭା ନିର୍ବାଚନମଣ୍ଡଳୀର ପ୍ରଚାର ମୈଦାନରେ ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ର । ବିଭିନ୍ନ ସ୍ଥାନରେ ସମାବେଶ କରିବା ସହ ଭୋଟରଙ୍କୁ ମନେଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ପ୍ରକାଶ । ଏଥର କଟକ ଲୋକସଭାରେ ହେଉଛି ତ୍ରିମୁଖୀ ଲଢେଇ । ବିଜେଡିର ଭର୍ତୃହରି ମହତାବ ଓ କଂଗ୍ରେସ ପ୍ରାର୍ଥୀ ପଂଚାନନ କାନୁନଗୋଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ପ୍ରକାଶ ମିଶ୍ର ।

କଟକରେ ଯୋରଦାର ପ୍ରଚାର ଚଲାଇଛନ୍ତି କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ । ସେ କଟକ ବାରବାଟୀ ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢୁଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ମୁଦ୍ଦା କରି ସେ ଲୋକଙ୍କ ପାଖକୁ ଯାଉଛନ୍ତି ।

କଟକ-ବାରବାଟୀ ଆସନରେ ଜମି ଆସିଲାଣି ନିର୍ବାଚନ ତାତି । ଏଥର ଏଠାରେ ହେବ ତ୍ରିମୁଖୀ ଲଢେଇ । ମୈଦାନରେ ନିଜର ସମସ୍ତ ଶକ୍ତି ଖଟାଇ ପ୍ରଚାର କରୁଛନ୍ତି ପ୍ରାର୍ଥୀମାନେ । ବିଜେପି ପ୍ରାର୍ଥୀ ସମୀର ଦେ ଏଠାରେ ଜୋର କରିଛନ୍ତି ପ୍ରଚାର କାର୍ଯ୍ୟ । ସମର୍ଥକଙ୍କ ସହିତ ସହରରୁ ଗାଁ ସବୁଠି କରୁଛନ୍ତି ଭୋଟ୍ ଭିକ୍ଷା । ବିଜେଡି ଏଠାରେ ବିଧାୟକ ଦେବାଶିଷ ସମାନ୍ତରାୟଙ୍କୁ ଟିକଟ ଦେଇଛି । ସେହିପରି କଂଗ୍ରେସ ଏଠାରେ ମହମ୍ମଦ ମୋକିମଙ୍କୁ ପ୍ରାର୍ଥୀ କରିଛି । ତିନି ଦଳର ହେଭିୱେଟ୍ ନେତାଙ୍କର କଟକ ବାରବାଟୀରେ ବଶ୍ ଜମୁଛି ପ୍ରଚାର ।