ନିର୍ବାଚନ ଆସିବାରୁ ଚାଷୀ କଥା ମନେ ପଡିଲା ! ୭୦ ଭାଗ ଲୋକଙ୍କ ମନ ଜିତିବା ପାଇଁ ରାସ୍ତାକୁ ଓହ୍ଲାଇବେ ରାଜନୈତିକ ଦଳ

225

କନକ ବ୍ୟୁରୋ: ମଧ୍ୟପ୍ରଦେଶ ଓ ଛତିଶଗଡରେ କଂଗ୍ରେସ ସରକାର ଆସି କୃଷିଋଣ ଛାଡ କରିବାକୁ ଛାଡ କରିବାକୁ ଘୋଷଣା କରିବା ପରେ  ବିଜେପି ମଧ୍ୟ ଏହି ରଣନୀତିକୁ ଆପଣେଇଛି । ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଆଜି କୃଷିଋଣ ଛାଡ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି  ୨୦୧୯ରେ ଓଡିଶାରେ ବିଜେପି କ୍ଷମତାକୁ ଆସିଲେ କୃଷିଋଣ ଛାଡ ହେବ ।  କୃଷକଙ୍କୁ  ସୁଧମୁକ୍ତ ଋଣ ଦେବା ଲାଗି  ବନ୍ଦୋବସ୍ତ କରାଯିବ । ଏନେଇ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏଭଳି ଘୋଷଣା କରିଥିଲେ ।  ସରକାରଙ୍କ କୃଷକ ମାରଣ ନୀତି ଯୋଗୁଁ  ଶୋଷଣର ଶିକାର ହେଉଛନ୍ତି ଚାଷୀ । ତେଣୁ କୃଷି ସମସ୍ୟା ନେଇ ଆସନ୍ତା ୮ ତାରିଖରେ ବିଜେପି ରାଜ୍ୟ ସଚିବାଳୟ ଘେରାଉ କରିବ  ।

ବିଜେପି କୃଷକ ମୋର୍ଚ୍ଚା ସଭାପତି  ଶିବାଜୀ ମହାନ୍ତି କହିଛନ୍ତି କି, ରାଜ୍ୟ ସରକାର ୪୩୮୧ ମଣ୍ଡି ପାଇଁ ଘୋଷଣା କରିଥିଲେ, କିନ୍ତୁ ଏଯାଏଁ ୧୦୦ଟି ବି ଖୋଲା ଯାଇପାରିନି । ଯାହା ବି ଖୋଲିଛି  ସୁରକ୍ଷିତ କରି ରଖିବାର ବ୍ୟବସ୍ଥା ନାହିଁ । ମିଲରଙ୍କ ସହ ମଧୂଚନ୍ଦ୍ରିକା କରିଛନ୍ତି ସରକାର । ଚାଷୀଙ୍କୁ ଦଲାଲଙ୍କୁ ଧାନ ବିକିବାକୁ ବାଧ୍ୟ କରାଯାଉଛି । ବୋନସ ଘୋଷଣା କରି ମଧ୍ୟ ଦେଉନାହାନ୍ତି । ନିର୍ବାଚନୀ ଖର୍ଚ୍ଚ ଆଦାୟ ପାଇଁ ଏସବୁ ଷଡଯନ୍ତ୍ର କରୁଛନ୍ତି ରାଜ୍ୟ ସରକାର ।  ତେଣୁ ଏହାର ପ୍ରତିବାଦରେ ସମସ୍ତ ମଣ୍ଡି ଆଗରେ ବିକ୍ଷୋଭ ସହ ମୁଖ୍ୟମନ୍ତ୍ରୀ ଏବଂ ଯୋଗାଣ ମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିବାକୁ କଡା ଚେତାବନୀ ଦେଇଛନ୍ତି ବିଜେପି କୃଷକ ମୋର୍ଚ୍ଚା ସଭାପତି ଶିବାଜୀ ମହାନ୍ତି ।

ସେପଟେ, କୃଷି ସମସ୍ୟା ନେଇ ବିଜେପିର ରାଜ୍ୟ ସଚିବାଳୟ ଘେରାଉ କରିବା ପ୍ରସଙ୍ଗରେ ବିଜେପିକୁ କଡା ସମାଲୋଚନା କରିଛି ବିଜେଡି । ବିଜେଡି ମୁଖପାତ୍ର ପ୍ରତାବ  ଦେବ କହିଛନ୍ତି କି, ବିଜେପିର ଏହା ବିନାଶ କାଳେ ବିପରୀତ ବୁଦ୍ଧି । ମଣ୍ଡିରେ ଯଦି କିଛି ତ୍ରୁଟି ତେବେ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିନ୍ତୁ ।  ଆମେ ଏଥିପାଇଁ ନିଶ୍ଚୟ ପଦକ୍ଷେପ ନେବୁ । ଏଥିପାଇଁ ଆମେ ୮ତାରିଖରେ ଦିଲ୍ଲୀ ଯାଉଥିବାରୁ ସେମାନେ ମଧ୍ୟ ସଚିବାଳୟ ଘେରାଉ  କରିବାକୁ ଯୋଜନା କରୁଛନ୍ତି । ରାଜନୈତିକ ଅଭିସ୍ୱନ୍ଧି  ରଖି ଏଭଳି କରୁଛି ବିଜେପି । ଏହାର ଏକ ସଦ୍ୟ ଉଦାହରଣ ହେଉଛି ,  ଆମ ମୁଖ୍ୟମନ୍ତ୍ରୀ ସୁରତ ଯିବାଦିନ ହିଁ ତାଙ୍କର ମୁଖ୍ୟମନ୍ତ୍ରୀ ଓଡିଶା ଆସିଥିଲେ । ଯାହାକି ଅତ୍ୟନ୍ତ ଅପ୍ରାସଙ୍ଗିକ । ଚାଷୀଙ୍କ ପ୍ରତି ବିଜେପିର ଆଦୌ ଦରଦ ନାହିଁ ବୋଲି ପ୍ରତାପ ଦେବ କହିଛନ୍ତି ।

ଅନ୍ୟପଟେ, ରାଜ୍ୟସରକାରଙ୍କ ନିଷ୍ପତିକୁ ଅପେକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ । ମହାରଥୀ କହିଛନ୍ତି, ଉଭୟ କୃଷି ଏବଂ କୃଷକଙ୍କ ପାଇଁ ସରକାର ସବୁ କାମ କରୁଛନ୍ତି । ଦେଶର କୌଣସି ରଜ୍ୟରେ ଏପରି କରାଯାଇନାହିଁ । ଅପେକ୍ଷା କର ଓ ଦେଶ ଆଉ କଣ କଣ ହେଉଛି । କିଛି ଦିନ ପୂର୍ବରୁ ବିଜୁୁ କୃଷକ ଜନତା ଦଳ ବି ଗଠନ କରାଯାଇଛି । ଯାହା ବି କରାଯାଉଛି କୃଷକଙ୍କ ପାଇଁ ହେଉଛି । ବିଜେପି କିମ୍ବା କଂଗ୍ରେସ ରାଜ୍ୟରେ ଆସିଲେ ଋଣଛାଡ କରିବା କହିବା ଗଛରେ ବେଲ ଓଠରେ ତେଲ ଭଳି କଥା । ଏମାନେ କେବଳ କଥାକୁହା କପିଳା ବୋଲି କଟାକ୍ଷ କରି କହିଛନ୍ତି ପ୍ରଦୀପ ମହାରଥୀ ।