ନବୀନଙ୍କୁ ଟ।ର୍ଗେଟ କଲେ ବିଶ୍ୱଭୂଷଣ : ଇଂରାଜୀ ଭାଷାରେ ଓଡିଶାକୁ ଶାସନ କରିହେବ ନାହିଁ

90

କନକ ବ୍ୟୁରୋ : ଭାଷା ପ୍ରସଙ୍ଗରେ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲା ବିଜେପି । ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ପ୍ରେସମିଟ କରି ମୁଖ୍ୟମନ୍ତ୍ରୀ ଙ୍କୁ ସମାଲୋଚନା କରିଛନ୍ତି । । ନବୀନଙ୍କୁ କଟାକ୍ଷ କରି ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ କହିଛନ୍ତି ଓଡିଶାର ଶାସକ ଓଡିଆ ନଜାଣି ଶାସନ କରିବା ଲଜ୍ଜାଜନକ । ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଓଡିଆ ଶିଖନ୍ତୁ । ସରକାରୀ ଦପ୍ତରରେ ତୁରନ୍ତ ଓଡିଆ ଭାଷା ପ୍ରଚଳନ କରନ୍ତୁ । ସେ ସମାଲୋଚନା କରି କହିଛନ୍ତି ଇଂରାଜୀରେ ଶାସନ କଲେ ରାଜ୍ୟର ବିକାଶ ହୋଇପାରିବନି । ଶାସକ ଶାସିତ ରାଜ୍ୟର ଭାଷା ନଜାଣିି୧୭ ବର୍ଷ ଶାସନ କରୁଛନ୍ତ ିନବୀନ । ଭାରତ ବର୍ଷରେ ଏଭଳି ଘଟଣା ପ୍ରଥମ ।

ସେପଟେ ବିଜେପି ଉପରେ ପାଲଟା ଆକ୍ରମଣ କରିଛନ୍ତି ବରିଷ୍ଠ ମନ୍ତ୍ରୀ ତଥା ବିଜେଡି ଉପସଭାପତି ଦାମୋଦର ରାଉତ । ମନ୍ତ୍ରୀ ଦାମୋଦର ରାଉତ ତାତ୍ସଲ୍ୟ କରି କହିଛନ୍ତି ଯଦି ବିଶ୍ୱଭୂଷଣ ଓଡିଆ ଶିଖିଛନ୍ତି ତେବେ ତାଙ୍କୁ ଓଡିଶାର ଲୋକ କାହିଁକି ତାଙ୍କୁ ମୁଖ୍ୟମନ୍ତ୍ରୀ କରୁନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି । ସେ ତ ବିଧାୟକ ହୋଇପାରୁନାହାନ୍ତି । ନବୀନ ଲୋକଙ୍କ ମନଭାଷା ବୁଝିପାରୁଛନ୍ତି ,ଲୋକଙ୍କ ବିଶ୍ୱାସ ରଖିଛନ୍ତି ବୋଲି ୧୭ ବର୍ଷ ହେଲା ଶାସନ କରୁଛନ୍ତି । ଲୋବିଶ୍ୱଭୂଷଣ ଅଯଥା କଥା ନକହି ସେ ଯୋଗ୍ୟତା ହାସଲ କରନ୍ତୁ ବୋଲି ଦାମୋଦର ରାଉତ କହିଛନ୍ତି ।

ତିନି ଦିିନ ତଳେ ବିଜେଡିର ପୂର୍ବତନ ସାଂସଦ ବୈଷ୍ଣବ ଚରଣ ପରିଡା ମଧ୍ୟ ଭାଷା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ । ପୂର୍ବତନ ସାଂସଦ କହିଛନ୍ତି, ଓଡିଆ ଜାଣନ୍ତିନି ମୁଖ୍ୟମନ୍ତ୍ରୀ । ଆଉ ଓଡିଆ ନ ଜାଣିଲେ ରାଜ୍ୟରେ ଶାସନ କରିବାର ତାଙ୍କର ଅଧିକାର ନାହିଁ । ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ଦଳର ଜଣେ ବରିଷ୍ଠ ନେତାଙ୍କ ଏଭଳି ବିରୋଧକୁ ପ୍ରସଙ୍ଗ କରିଥିଲେ ବିରୋଧୀ । ସେତେବେଳେ ଦାମ କହିଥିଲେ ରାଜ୍ୟସଭାରୁ ଯିବା ପରେ ବୈଷ୍ଣବ ସ୍ୱର ବଦଳାଇଉଛନ୍ତି ।

ଗତକାଲି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ ବିଜେପିକୁ ଶାଣିତ ଆକ୍ରମଣ କରିଥିବା ବେଳେ ଆଜି ବିଜେପିକୁ ସୁରକ୍ଷା ଦେବା ଆଳରେ ସାମ୍ନାକୁ ଆସିଛନ୍ତି ବିଜେପିର ପୁରୁଖା ନେତା ବିଶ୍ୱଭୂଷଣ । କିଛି ଦିନ ହେଲା ଗଣମାଧ୍ୟମକୁ ଆସୁନଥିବା ବିଶ୍ୱଭୂଷଣ ହଠାତ୍ ପ୍ରେସମିଟରେ ବିଜେଡି ସୁୁପ୍ରିମୋଙ୍କୁ ଟାର୍ଗେଟ କରିଛନ୍ତି । ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ପାଇଁ ନାଁ ବିଜେପିର ସୁରକ୍ଷା ପାଇଁ ଅଂଟା ଭିଡିଛନ୍ତି ବରିଷ୍ଠ ବିଜେପି ନେତା ।