ଆଜି ଭାରତୀୟ କ୍ରିକେଟ୍ ର ପୂର୍ବ ବ୍ୟାଟସମ୍ୟାନ୍ ରାହୁଲ ଦ୍ରାବିଡଙ୍କ ଜନ୍ମଦିନ ! କାହିଁକି ତାଙ୍କୁ ଭାରତୀୟ କ୍ରିକେଟ୍ ଦଳରେ ‘ଦି ୱାଲ୍’ ବୋଲି କୁହାଯାଉଥିଲା ଜାଣନ୍ତୁ ।

194

ଟିମ୍ ଇଣ୍ଡିଆର ପୂର୍ବ ବ୍ୟାଟସମ୍ୟାନ୍ ରାହୁଲ ଦ୍ରାବିଡଙ୍କ ଆଜି ହେଉଛି ୪୬ ତମ ଜନ୍ମଦିନ । ୧୧ ଜାନୁଆରୀ ୧୯୭୩ ମସିହା ଇନ୍ଦୋରରେ ଜନ୍ମ ହୋଇଥିବା ରାହୁଲ ୧୨ ବର୍ଷ ବୟସରେ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ । ୧୯୯୬ ରେ ଶ୍ରୀଲଙ୍କା ବିପକ୍ଷରେ ଡେବ୍ୟୁ କରିଥିବା କର୍ଣ୍ଣାଟକର ଏହି ବ୍ୟାଟସମ୍ୟାନ୍ କ୍ରିକେଟ୍ ପଡିଆରେ ଖୁବ୍ ନାଁ କମାଇଛନ୍ତି । ରାହୁଲଙ୍କ ଫ୍ୟାନ୍ କ୍ଲବ୍ ଖୁବ ବଡ । ଏପରିକି କ୍ରିକେଟ୍ ପଡିଆରେ ତାଙ୍କ ପ୍ରଦର୍ଶନ ଦେଖି ତାଙ୍କୁ ଭାରତୀୟ କ୍ରିକେଟ୍ ଦଳର ‘ଦି ୱାଲ୍’ (କାନ୍ଥ)ବୋଲି ମଧ୍ୟ କୁହାଯାଏ ।

କଠିନରୁ କଠିନ ପରିସ୍ଥିତିରେ ମଧ୍ୟ ବିରୋଧି ଦଳ ସମ୍ମୁଖରେ ଚଟାଣ ଭଳି ଠିଆହୋଇ ଦ୍ରାବିଡ କ୍ରିକେଟ୍ ଖେଳୁଥିଲେ ଏବଂ ଶେଷ ମୁହୂର୍ତ୍ତରେ ବିଜୟ ହାସିଲ କରୁଥିଲେ । ଦ୍ରାବିଡଙ୍କୁ “ପଦ୍ମଶ୍ରୀ” ଏବଂ “ପଦ୍ମଭୂଷଣ” ଭଳି ପୁରଷ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି ।