ଓଡିଶାରେ ୧୪,୪୦୦କୋଟି ଟଙ୍କାର ପୁଞ୍ଜିନିବେଶ କରିବ ଆଦିତ୍ୟ ବିର୍ଲା । ବିଜନେସ ଲିଡରସିପ ସମିଟରେ କୁମାର ମଙ୍ଗଳମ ବିର୍ଲାଙ୍କ ସୂଚନା

ଓଡ଼ିଶା ଐତିହ୍ୟ ଓ ସଂସ୍କୃତିକୁ ପ୍ରଶଂସା କଲେ କୁମାର ମଙ୍ଗଳମ

183

କନକ ବ୍ୟୁରୋ: ଭୁବନେଶ୍ୱରର ଆରମ୍ଭ ହୋଇଛି ମେକଇନ ଓଡିଶା କନକ୍ଲେଭର ପ୍ଲେନାରୀ ସେସନ । ଏଥିରେ ରିଲାଏନ୍ସ ଇଣ୍ଡିଷ୍ଟ୍ରିଜର ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସହ ଦେଶର ୨୫ଜଣ ବଡ ବଡ ଶିଳ୍ପପତି ଯୋଗଦେଇଛନ୍ତି । ସମ୍ମିଳନୀରେ ବେଦାନ୍ତ ରିସୋର୍ସସର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ, ଜେଏସଡବ୍ଲ୍ୟୁ ଷ୍ଟିଲର ମୁଖ୍ୟ ସଜ୍ଜନ ଜିନ୍ଦଲ, ଟାଟା ସନ୍ସର ଅଧକ୍ଷ ଏନ. ଚନ୍ଦ୍ରଶେଖରନ ପ୍ରମୁଖ ଯୋଗଦେବେ ।

ମେକ ଇନ ଓଡିଶା କନକ୍ଲେଭରେ ପ୍ରଥମ ପୁଞ୍ଜିନିବେଶ ଘୋଷଣା କରିଛି ଆଦିତ୍ୟ ବିର୍ଲା ଗ୍ରୁପ । ଆଦିତ୍ୟ ବିର୍ଲା ଗ୍ରପୁର ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା ଓଡିଶା ପାଇଁ ୧୪ ହଜାର ୪ କୋଟିର ପୁଞ୍ଜିନିବେଶ ଘୋଷଣା କରିଛନ୍ତି । ସେ ଏହି ଅବସରରେ ଓଡିଶାକୁ ପ୍ରଂଶସା କରିଛନ୍ତି ।

ଜନତା ମଇଦାନରେ ଆୟୋଜିତ ଏହି ୫ ଦିନିଆ କନକ୍ଲେଭରେ ବିଶେଷ କରି ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରି ଏବଂ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପଦ୍ୟୋଗ କ୍ଷେତ୍ରରେ ଅଢ଼େଇ ଲକ୍ଷ କୋଟି ଟଙ୍କାର ପୁଜିଂନିବେଶ ହେବାର ଆଶା କରାଯାଇଛି । ଯାହାକି ବହୁ ପରିମାଣରେ କର୍ମ ନିଯୁକ୍ତି ହେବାର ସଂଭାବନା ଅଛି । କେବଳ ପୁଂଜିନିବଶେ ନୁହେଁ ଓଡିଶାକୁ ଦେଶ ବିଦେଶରେ ଏକ ନୁତନ ପରିଚୟ ଦେବାକୁ ଏଭଳି ଏକ କନକ୍ଲେଭର ଆୟୋଜନ କରାଯାଇଛି ।

୧୨ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ବିଜନେସ୍ ଲିଡରସିପ ସମିଟ୍, ଷ୍ଟାର୍ଟଅପ ଟକ, ଟେକ୍ ଟକ, ସିଏସଆର ଆୱାର୍ଡ ଆଦି ଅନୁଷ୍ଟିତ ହେବ । ଏହି କାର୍ଯ୍ୟ୍ରକ୍ରମରେ ଦେଶର ବହୁ ପ୍ରତିଷ୍ଠିତ ଶିଳ୍ପପତି ଯୋଗଦେବା ସହିତ ରାଜ୍ୟରେ ଥିବା ଶିଳ୍ପପତିମାନେ ଏହି କନକ୍ଲେଭକୁ ପ୍ରଶଂସା କରିଛନ୍ତି ।