‘ବିରାଟ’ଙ୍କ ବିରାଟ ରେକର୍ଡ: ୯ହଜାର କ୍ଲବରେ କୋହଲି

27

ନଅ ବର୍ଷରେ ୯ହଜାର ରନ । ଟିମ ଇଣ୍ଡିଆର କ୍ୟାପଟେନ ତଥା ଷ୍ଟାର ବ୍ୟାଟସ ମ୍ୟାନ ବିରାଟ କୋହଲି, କ୍ରିକେଟରେ ଆଉ ଏକ ମାଇଲଖୁଂଟ ଅତିକ୍ରମ କରିଛନ୍ତି । କ୍ୟାରିୟରର ୯ହଜାର ରନ ସଂଗହ କରି ନୂତନ ରେକର୍ଡର ଅଧିକାରୀ ହୋଇଛନ୍ତି ଏହି କ୍ରିକେଟ ଆଇକନ । ଆଜି ଉତରପ୍ରଦେଶ କାନପୁର ସ୍ଥିତ ଗ୍ରୀନପାର୍କରେ ଏହି ରେକର୍ଡ ନିଜ ନାଁରେ ଲେଖିଛନ୍ତି ବିରାଟ ।ମ୍ୟାଚ ପ୍ରତି ୫୫.୯୦ ହାରରେ କୋହଲି ଏହି ବିରାଟ ରନ୍ ପୂରଣ କରିଛନ୍ତି। କୋହଲିଙ୍କ ଏହା ହେଉଛି ୨୦୨ତମ ମ୍ୟାଚ । ଓପନର ରୋହିତ ଶର୍ମାଙ୍କ ସହିତ ୧୦୬ଟି ବଲ ଖେଲି ୧୦୦ ରନ୍ ଭାଗିଦାରି ହେବା ପରେ କୋହଲି ବ୍ୟାଟକୁ ଦ୍ରୁତ ଗତିରେ ଚଳାଇଥିଲେ। କୋହଲି ନ୍ୟୁଜିଲାଣ୍ଡ ବିପକ୍ଷରେ ୫୯ଟି ବଲରେ ତାଙ୍କର ୪୬ତମ ଅର୍ଦ୍ଧଶତକ ପୂରା କରିଛନ୍ତି।

ଜାତୀୟ ରାଜଧାନୀ ଦିଲ୍ଲୀରେ ଜନ୍ମଲାଭ କରିଥିବା ୨୮ ବର୍ଷିୟ ଖେଳାଳି ୧୭୫ ତମ ଦିନିକିଆରେ ୭୦୦୦ ରନ୍ ପୂରା କରିଥିବା ବେଳେ କେରଳର କୋଚି ଷ୍ଟାଡିୟମରେ ୨୦୧୩ ନଭେମ୍ବର ୨୧ରେ େଓ୍ଵଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ଦିନିକିଆରେ ୫୦୦୦ ରନପୂରା କରିଥିଲେ। ବର୍ଷ ୨୦୦୮ ଅଗଷ୍ଟ ୧୮ରେ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ପାଦ ଥାପିଥିବା କୋହଲି କୋଚିରେ ୧୨୦ ତମ ମ୍ୟାଚରେ ୮୬ ରନ୍ ସଂଗ୍ରହ କରିବା ସହିତ ସେହି ସ୍ମୃତି ସାଉଟି ଥିଲେ।

କୋହଲି ଏପର୍ୟ୍ୟନ୍ତ ୧୯୪ଟି ଇନିଂସରେ ବ୍ୟାଟିଂ କରିଛନ୍ତି। ସର୍ବୋଚ୍ଚ ୧୮୩ ରନ୍ ସଂଗ୍ରହ କରିଥିବା ଟିମ୍ ଇଣ୍ଡିଆର ଏହି ଯୁବ ଅଧିନାୟକ ୩୧ଟି ଶତକ ହାସଲ କରିଥିବା ବେଳେ ୪୬ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ସେହିଭଳି ସେ ୮୩୮ଟି ଚୌକା ମାରିଥିବା ବେଳେ ୯୯ଟି ଛକା ମାରିଛନ୍ତି।