ପୁଣି ଚର୍ଚ୍ଚାରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ବୟାନ ! କହିଲେ ପାଣିରେ ବତକ ଖେଳିଲେ ମିଳେ ଅମ୍ଲଜାନ, ମନ୍ତବ୍ୟରେ ସତ୍ୟତା ଥିବା କହିଲେ ବୈଜ୍ଞାନିକ ।

62

କନକ ବ୍ୟୁରୋ : ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ଏକ ବୟାନକୁ ନେଇ ପୁଣି ଜୋର ଧରିଲା ଚର୍ଚ୍ଚା । ସବୁବେଳେ ନିଜ ବୟାନକୁ ନେଇ ଆଲୋଚନାରେ ରହୁଥିବା ବିପ୍ଲବ ଦେବ ଏଥର କହିଥିଲେ ଯେ, ପାଣିରେ ବତକ ପହଁରିବା ଦ୍ୱାରା ଅମ୍ଲଜାନର ସ୍ତର ବଢିଥାଏ । ତେବେ ପ୍ରଥମେ ତାଙ୍କର ଏହି ବୟାନକୁ ନେଇ ଲୋକେ ତାଙ୍କୁ ସମାଲୋଚନା କରିଥିଲେ କିନ୍ତୁ ପରେ ଏଥିରେ ସତ୍ୟତା ଥିବା ଜଣାପଡିଛି ।

ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ସୋମବାର ଦିନ ଏହି ବୟାନ ଦେଇଥିଲେ । ବତକ ମାନେ ପାଣିରେ ପହଁରିବା ଦ୍ୱାରା ଅମ୍ଲଜାନ ବଢିଥାଏ ଏବଂ ସେ ୫୦ହଜାର ବତକ ବାଟିଂବା ପାଇଁ ମଧ୍ୟ ଘୋଷଣା କରିଥିଲେ । ଏହାସହ ସେ କହିଥିଲେ ଯେ, ବତକ ଓ ମାଛ ଚାଷ କରାଯିବ । ବତକ ବାଣ୍ଟିବା ଦ୍ୱାରା ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ସୁଧୁରା ଯାଇପାରିବ । ତେବେ ତାଙ୍କର ଏହି ବୟାନକୁ ସୋସିଆଲ ମିଡିଆରେ ବେଶ ସମାଲୋଚନା କରାଯାଇଥିଲା ।

ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନରେ ମୋହର ମାରିଛନ୍ତି ବୈଜ୍ଞାନିକ । ଇଣ୍ଡିଆନ କାଉନସିଲ ଅଫ୍ ଫରେଷ୍ଟ୍ରି ଆଣ୍ଡ ଏଜୁକେସନର ବୈଜ୍ଞାନିକଙ୍କ ମତ ଅନୁସାରେ ବତକ ଓ ମାଛ ଚାଷ ଏକାଠି କରିବା ଖୁବ ଉପଯୋଗୀ  । ଏବଂ ବତକମାନେ ପାଣିରେ ପହଁରିବା ଦ୍ୱାରା ଅମ୍ଲଜାନର ସ୍ତର ବଢିଥାଏ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ବୟାନର ଭିନ୍ନ ଅର୍ଥ କାଢିବା ନିନ୍ଦନୀୟ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ସବୁବେଳେ ନିଜରା ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି  । ଏହାପୂର୍ବରୁ  ସେ କହିଥିଲେ ଯେ, ମହାଭାରତ ଯୁଗରେ ମଧ୍ୟ ଇଂଟରନେଟର ବ୍ୟବହାର କରାଯାଉଥିଲା ।