ମିଲଖା ସିଂହ ଏବଂ ଏମ୍ ଏସ୍ ଧୋନିଙ୍କ ପରେ ବଲିଉଡରେ ଆଉ ଜଣେ ଖେଳାଳୀଙ୍କୁ ନେଇ ପ୍ରସ୍ତୁତ ହେବାକୁ ଯାଉଛି ବାୟୋପିକ୍ । 

100

ବଲିଉଡରେ ଏବେ ବାୟୋପିକର ଟ୍ରେଣ୍ଡ ଚାଲିଛି । ଅଭିନେତାଙ୍କ ଠାରୁ ଆରମ୍ଭ କରି ଖେଳାଳିଙ୍କ ପର୍ୟ୍ୟନ୍ତ ଅନେକ ବିଶିଷ୍ଟ ବ୍ୟକ୍ତିମାନଙ୍କର ଜୀବନ କାହାଣୀ ଏବେ ପ ରଦାରେ ଜେଖିବାକୁ ମିଳୁଛି । ଭାରତୀୟ କ୍ରିକେଟ ଟିମର ପୂର୍ବ କ୍ୟାପଟେନ ମହେନ୍ଦ୍ର ସିଂ ଧୋନିଙ୍କ ବାୟୋପିକ ‘ଏମ ଏସ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀ’ ଏବଂ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ବାୟୋପିକ ପରେ ପରେ ହକି ଖେଳାଳି ତଥା ଭାରତୀୟ ହକି ଟିମର ପୂର୍ବତନ ଷ୍ଟାର ସନ୍ଦିପ ସିଂଙ୍କ ଜୀବନ କାହାଣୀକୁ ନେଇ ତିଆରି ହୋଇଥିବା ଫିଲ୍ମ ‘ସୁରମା’ ଦର୍ଶକଙ୍କୁ ଖୁବ ଆକୃଷ୍ଟ କରିଛି ।

ଏହାଛଡ଼ା ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ ଏବଂ ଭାରତର ପ୍ରଥମ ଅଲମ୍ପିକ ସ୍ୱର୍ଣ୍ଣପଦକ ବିଜୟୀ ସୁଟର ଅଭିନବ ବିନ୍ଦ୍ରାଙ୍କ ଜୀବନୀକୁ ନେଇ ଫିଲ୍ମ ତିଆରି ହେବାକୁ ଯାଉଛି । ତେବେ ଏହି ତାଲିକାରେ ଏବେ ଆଉ ଜଣେ ଭାରତୀୟ ଖେଳାଳିଙ୍କ ନାମ ସାମିଲ ହେବାକୁ ଯାଉଛି । ଟେନିସ ଖେଳାଳି ସାନିଆ ମିର୍ଜାଙ୍କ ଜୀବନ କାହାଣୀକୁ ନେଇ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି ରୋନି ସ୍କ୍ରୁୱାଲ । ସାନିଆଙ୍କ ବାୟୋପିକର ରାଇଟସ କିଣିବା ପାଇଁ ବଲିଉଡର ଅନେକ ପ୍ରଡ୍ୟୁସର ଚାହିଁ ବସିଥିଲେ କିନ୍ତୁ ରୋନି ସ୍କ୍ରୁୱାଲ ଏହାର ବାଜି ମାରିନେଇଛନ୍ତି ।

ହାଇଦ୍ରାବାଦରେ ବଢିଥିବା ସାନିଆ ବଡ଼ ସଂଘର୍ଷ କରି କ୍ୟାରିୟର ଆରମ୍ଭ କରିଥିଲେ । ସେ ତାଙ୍କ କ୍ୟାରିୟରରେ ଛଅଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି । ଏହାଛଡ଼ା ତାଙ୍କୁ ପଦ୍ମଶ୍ରୀ, ପଦ୍ମଭୂଷଣ, ଅର୍ଜୁନ ଓ ରାଜୀବ ଗାନ୍ଧୀ ଖେଳ ରତ୍ନରେ ସମ୍ମାନିତ କରାଯାଇଛି । ସାନିଆ ୨୦୧୦ ମସିହାରେପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକଙ୍କୁ ବିବାହ କରିଥିଲେ । ସେ ମେ ୨୩ରେ ଟୁଇଟ ମାଧ୍ୟମରେ ଗର୍ଭବତୀ ଥିବା ସୂଚନା ଦେଇଥିଲେ । ନିକଟରେ ନିଜର ବାୟୋପିକକୁ ନେଇ ସାନିଆ କହିଥିଲେ ଯଦି ମୋ ଉପରେ ବାୟୋପିକ ନିର୍ମାଣ ହୁଏ ତେବେ ମୁଁ ଚାହିଁବି ମୋ ରୋଲ ପରିଣୀତି ଚୋପ୍ରା କରନ୍ତୁ ।