ଆଜିଠୁ ବିନ୍ଦୁସାଗରରେ ଚାପ ଖେଳିବେ ପ୍ରଭୁ ଲିଙ୍ଗରାଜ ! ପ୍ରଚଣ୍ଡ ଗ୍ରୀଷ୍ମରୁ ଉପଶମ ପାଇଁ ମହାପ୍ରଭୁଙ୍କ ନୌକା ବିହାର

57

କନକ ବ୍ୟୁରୋ : ଆଜିଠୁ ପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହେଉଛି । ବିନ୍ଦୁସାଗରରେ ଚାପ ଖେଳିବେ ମହାପ୍ରଭୁ । ପ୍ରଚଣ୍ଡ ଗ୍ରୀଷ୍ମରୁ ଉପଶମ ପାଇଁ ପ୍ରଭୁ ଲିଙ୍ଗରାଜ ନୌକା ବିହାର କରିବେ । ପ୍ରଭୁ ଲିଙ୍ଗରାଜ ମା ପାର୍ବତୀ, ମା ଦୁର୍ଗା, କପିଳନାଥ ଓ ବାସୁଦେବଙ୍କୁ ସାଙ୍ଗରେ ନେଇ ବିନ୍ଦୁସାଗରରେ ଚାପ ଖେଳିବେ ।

ଏହାପରେ ଚନ୍ଦନ ପାଣିରେ ବୁଡିବେ ଠାକୁର । ଦେବଦେବୀ ମାନେ ଚାପ ଖେଳି ଜଗତିକୁ ଫେରିବେ । ସେଠାରେ ପ୍ରସ୍ତୁତ ଥିବା ସୁଗନ୍ଧିତ ଚନ୍ଦନ କୁଣ୍ଡରେ ବୁଡିବେ । ପ୍ରଭୁ ଚାପ ଖେଳିବା ପରେ ବିଭିନ୍ନ ଘାଟରେ ଭୋଗ ଖାଇବେ । ଆଜି ୮ଘେରା ଭଉଁରି ଖେଳିବା ପରେ ମହନୀ ଘାଟରେ ଭୋଗ ପାଇଁ ଅଟକିବେ ପ୍ରଭୁ ଲିଙ୍ଗରାଜ ।