କନକ ବ୍ୟୁରୋ: କଟକ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ବିଜୁ ଯୁବ ବାହିନୀ ସମାବେଶରେ ୫୨୯ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ଯୁବ ବାହିନୀ ସମାବେଶରେ ଯୋଗଦେବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ବସୁଧା ଯୋଜନାରେ ଟାଙ୍ଗୀ ଚୌଦ୍ୱାର ବ୍ଲକର କୁଜିବର ଠାରେ ନିର୍ମିତ ପାଇପ୍ ଜଳଯୋଗାଣ ପ୍ରକଳ୍ପ ଉଦଘାଟନ କରିଛନ୍ତି ।

Advertisment

publive-imageବିଜୁ ଯୁବ ବାହିନୀ ସମାବେଶରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଉଦବୋଧନ ଦେବା ପୂର୍ବରୁ ପୁଲୱାମା ଆତଙ୍କୀ ହମଲାରେ ସହିଦ ହୋଇଥିବା ଯବାନଙ୍କ ପାଇଁ ୨ ମିନିଟର ନିରବ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେବାକୁ ଆପଣମାନେ ଧର୍ମ କରିଛନ୍ତି । ତେଣୁ ଧନ୍ୟବାଦ ଏବଂ ଏହି ସେବାକୁ ଓଡ଼ିଶାର ପରିଚୟ କରିବା ପାଇଁ ବୋଲି ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।

publive-imageଏହାସହ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୩୦ ଶଯ୍ୟା ବିଶିଷ୍ଟ ମା ଓ ଶିଶୁ ଚିକିତ୍ସାକେନ୍ଦ୍ର, ଟାଙ୍ଗୀ-ଚୌଦ୍ୱାର ଓ ସାଲେପୁର ବ୍ଲକର ୩ଟି ସଡ଼କ ପ୍ରକଳ୍ପ, ନିଶ୍ଚିତକୋଇଲି ଓ କଟକ ସଦର ବ୍ଲକର ୨ଟି ସଡ଼କ ନିର୍ମାଣ ପ୍ରକଳ୍ପ, ନିଶ୍ଚିତକୋଇଲି ବ୍ଲକର ୩ଟି ଏବଂ ନିଆଳୀ ଓ କଣ୍ଟାପଡ଼ା ବ୍ଲକର ୨ଟି ସଡ଼କ ପ୍ରକଳ୍ପ, ଉନ୍ନତିିକୃତ କଟକ ମହାନଗର ନିଗମର ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି।

publive-imageସେହିପରି ଆଠଗଡ଼ ଉପଖଣ୍ଡର ୬ଟି ସଡ଼କ ପ୍ରକଳ୍ପ, ବାଙ୍କୀ ଉପଖଣ୍ଡର ୪ଟି ସଡ଼କ ପ୍ରକଳ୍ପ, ଉନ୍ନତିକୃତ ଜଗତପୁର ଛକ-ସାଲେପୁର ରାସ୍ତା, କଟକ-ତୁଳସୀପୁର ତଅଁଳା ସାହିରେ ୨୬୪ ବସ୍ତିବାସିନ୍ଦା ପରିବାରଙ୍କ ଥଇଥାନ ପାଇଁ ନିର୍ମିତ ପକାଘର, କଟକ ମହାନଗର ନିଗମର ଚାଉଳିଆଗଞ୍ଜ ଠାରେ ଶୀକୁଞ୍ଜବିହାରୀ ଜିଉ ସହରାଂଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ରେଭେନ୍ସା କନିଷ୍ଠ ମହାବିଦ୍ୟାଳୟର ୩୦୦ ସିଟ୍ ବିଶିଷ୍ଟ ଛାତ୍ରୀନିବାସ, ଶ୍ରୀରାମଚନ୍ଦ୍ର ଭଂଜ ଭେଷଜ ମହାବିଦ୍ୟାଳୟର ଜଳ ବିଶୋଧନାଗାର ଆଦି ପ୍ରକଳ୍ପ ଉଦଘାଟନ କରିଛନ୍ତି।