ଭୁବନେଶ୍ୱର ବ୍ୟୁରୋ .କନକ ନ୍ୟୁଜ୍ : ସଚିବାଳୟରେ ବିଜୁ ସେତୁ ଯୋଜନାର ଲୋଗୋ ଉନ୍ମୋଚିତ କଲେ ମୁଖ୍ୟମନ୍ତ୍ରୀ । ଏହାସହ ୧୦୦ଟି ନୂଆ ବିଜୁ ସେତୁ ଓ ୭୫ଟି ଗ୍ରାମ୍ୟ ପାଇପ ପାନୀୟ ଜଳ ପ୍ରକଳ୍ପର ଲୋକାର୍ପଣ କରାଯାଇଛି । ଗ୍ରାମ୍ୟ ବିକାଶକୁ ରାଜ୍ୟ ସରକାର ପ୍ରାଥମିକତା ଦିଆଯାଉଥିବା ମୁଖ୍ୟମନ୍ତ୍ରୀ ଲୋକାର୍ପଣ ଉତ୍ସବରେ କହିଛନ୍ତି । ଏହା ପୂର୍ବରୁ ୪୮୧ଟି ବିଜୁ ସେତୁ ପ୍ରକଳ୍ପ ଲୋକାର୍ପିତ ହୋଇସାରିଛି । ୨୦୧୧ ମସିହାରୁ ଏହି ବିଜୁ ସେତୁ ପ୍ରକଳ୍ପ ଆରମ୍ଭ ହୋଇଛି ।
ସଚିବାଳୟରେ ଶହେଟି ନୂଆ ବିଜୁ ସେତୁ ପ୍ରକଳ୍ପର ଶୁଭାରମ୍ଭ : ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
/kanak/media/post_attachments/wp-content/uploads/2016/06/vlcsnap-2016-06-09-13h16m22s182.png)