ବିଜେଡ଼ିର ଦିଲ୍ଲୀ ଚଲୋ ଅଭିଯାନ ! ଚାଷୀ ପ୍ରସଙ୍ଗରେ ସଂସଦ ସାମ୍ନାରେ ଗର୍ଜିବେ ନେତା, ନୂଆ ବର୍ଷରେ ନୂଆ ରଣନୀତି ।

ବିଜେଡ଼ିର ଦିଲ୍ଲୀ ଚଲୋ ଅଭିଯାନ! ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ କେନ୍ଦ୍ରକୁ ଘେରିବ ବିଜେଡ଼ି, ଦିଲ୍ଲୀରେ ଗର୍ଜିବେ ଓଡ଼ିଶା ଚାଷୀ ।

301

କନକ ବ୍ୟୁରୋ: ଚାଷୀ ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରିବ ବିଜେଡ଼ି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ ନେଇ ଆସନ୍ତା ୮ ତାରିଖରେ ଦିଲ୍ଲୀରେ ଗର୍ଜିବ ବିଜେଡ଼ି । ବିଜେଡ଼ିର ସମସ୍ତ ସାଂସଦ, କୃଷକ ପ୍ରତିନିଧି ଏବଂ ଓଡ଼ିଶାର ବିଭିନ୍ନ ଛାମୁଆ ସଂଗଠନମାନେ ସଂସଦ ସମ୍ମୁଖରେ ବିକ୍ଷୋଭ କରିବ ବିଜେଡ଼ି ଏନେଇ ସମ୍ମାଦିକ ସମ୍ମିଳନୀରେ କହିଛନ୍ତି ବିଜୁ କୃଷକ ଜନତା ଦଳର ମହାସଚିବ ପ୍ରତାପ ଜେନା । ଚାଷୀର ପ୍ରାପ୍ୟ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହ ଲଢ଼ିବ ବିଜେଡ଼ି ବୋଲି ନିଷ୍ପତି ହୋଇଛି । ଦିଲ୍ଲୀ ଯାଇ ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକ ପତ୍ର ଦେବା ସହ ଅନ୍ୟରାଜ୍ୟ ଏହି ପ୍ରସଙ୍ଗକୁ ମୁଦ୍ଦା କରିବା ପାଇଁ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିବ ବିଜେଡ଼ି ବୋଲି ବିଜୁ କୃଷକ ଜନତା ଦଳର ସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ତେବେ ଏନେଇ ଆସନ୍ତା ୬ ତାରିଖରେ ବିଜେଡ଼ି ଦେଇଛି ଦିଲ୍ଲୀ ଚଲୋ ଡ଼ାକରା ।

ବିଜେଡ଼ିର ଦିଲ୍ଲୀ ଚଲୋ ଅଭିଯାନରେ ଚାଷୀ ସମସ୍ୟାକୁ ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡ଼ି ପ୍ରମୂଖ ଅସ୍ତ୍ର କରିଛି ବୋଲି ରାଜନୀତି ଅନ୍ଦର ମହଲରେ ଚର୍ଚ୍ଚା ଜୋର ଧରିଛି । ଗତକିଛି ଦିନ ତଳେ ରାଜଭବନ ଏମଏସପି ନେଇ ରାଜଭବନ ସମ୍ମୁଖରେ ବିକ୍ଷୋଭ କରିଥିଲା ବିଜେଡ଼ି । ହେଲେ ତଥାପି କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗିଲା ନାହିଁ ବୋଲି ଅଭିଯୋଗ କରିଛନ୍ତି ବିଜୁ କୃଷକ ଜନତା ଦଳର ସଭାପତି ପ୍ରସନ୍ନ ଆଚାର୍ଯ୍ୟ । ତେଣୁ ଦିଲ୍ଲୀଯାଇ ଏନେଇ ଦାବି ରଖିବାକୁ ବିଜେଡ଼ି ପ୍ରସ୍ତୁତ କରିଛି ରଣନୀତି । କେନ୍ଦ୍ର ସରକାର କ୍ଷମତାକୁ ଆସିବାପରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେହି ଅନୁସାରେ ସ୍ୱାମୀନାଥନ୍ କମିଟି ରିପୋର୍ଟକୁ ମାନି ଧାନର ଉତ୍ପାଦନ ଖର୍ଚ୍ଚ ଦେଢ଼ଗୁଣା ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ଦାବି କରିଛି ବିଜେଡ଼ି ।

ନିକଟରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ବିଜେପିକୁ ହତାସା କରିଛି । କାରଣ ୩ଟି ବିଜେପି ଶାସିତ ରାଜ୍ୟ ବିଜେପ ହାତରୁ ଖସି ଯାଇଛି । ଏହାର ମୂଳ କାରଣ ଚାଷୀ ପ୍ରସଙ୍ଗ ବୋଲି ଶୁଣାଯାଉଥିଲା ବେଳେ ବିଜେଡ଼ି ୨୦୧୯ ପୂର୍ବରୁ ଚାଷୀଙ୍କ ପାଇଁ ଗୋଡ଼ କାଢ଼ିଛି । ତେଣୁ ଗତକିଛି ଦିନ ପୂର୍ବେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ନୂଆ ଦାୟିତ୍ୱ ଦିଆଯାଇଥିଲା । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶାନୁସାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜୁ କୃଷକ ଜନତା ଦଳର ନୂତନ ସଭାପତି ଏବଂ ସ୍ଵାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ମହାସଚିବ ଭାବେ କୃଷକ ସଂଗଠନର ଦାୟିତ୍ଵ ଦେଇଥିଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ।

୨୦୧୯ ନିର୍ବାଚନୀ ପାଇଁ ବିଜେଡ଼ି ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ରଣନୀତି । କାରଣ ୫ ରାଜ୍ୟର ନିର୍ବାଚନ ପରବର୍ତ୍ତୀ ସମୟରେ ବିଜେଡିର କୃଷକ ସଂଗଠନରେ ଏହି ପରିବର୍ତ୍ତନ ଏକ ବଡ଼ ରାଜନୀତିକ ଗୋଟିଚାଳନା ବୋଲି ଚର୍ଚ୍ଚା ହେଉଛି । କାରଣ ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟ ପ୍ରଦେଶରେ ବିଜେପି ହାତରୁ କ୍ଷମତା ଚାଲିଯିବା ପଛରେ କୃଷକ ଅଶାନ୍ତି ହିଁ ମୁଖ୍ୟ କାରଣ ବୋଲି ଆଲୋଚନା ହେଉଥିବା ସମୟରେ ବିଜେଡ଼ିର ୧୮ ବର୍ଷର ଶାସନ ରାସ୍ତାରେ ଯେମିତି କୃଷକ ସମସ୍ୟା ବାଧା ନଉପୁଯାଏ ସେନେଇ ଏଭଳି କାର୍ଡ ଖେଳିଛନ୍ତି ବିଜେଡ଼ି ସୁପ୍ରିମୋ ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଛି ।