ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ : ନିର୍ବାଚନ କମିସନଙ୍କୁ ହାଇକୋର୍ଟ ରାୟର କପି ପଠାଇଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

15

କନକ ବ୍ୟୁରୋ :  ବିଜେପୁର ଉପନିର୍ବାଚନ ପାଇଁ ଆରମ୍ଭ ହେଲା ଉଦ୍ୟମ । ନିର୍ବାଚନ କମିସନଙ୍କ ନିକଟକୁ ହାଇକୋର୍ଟ କପି ପଠାଇଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ତେଣୁ ଆଗାମୀ ସପ୍ତାହେ ମଧ୍ୟରେ ବିଜେପୁର ପାଇଁ ତାରିଖ ଘୋଷଣା ହୋଇପାରେ ବୋଲି ଆକଳନ କରାଯାଉଛି ।

୨୦୧୪ ବିଜେପୁର ଫଳାଫଳକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ପରାଜିତ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ । ତେବେ ବିଜେପୁରରୁ ବିଜୟୀ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ମାମଲା ଖାରଜ କରିବା ପାଇଁ କୋର୍ଟଙ୍କୁ ଅନୁରୋଧ କରିଥିଲେ ତାଙ୍କ ପରିବାର ।

ଏପରିକି କୋର୍ଟରେ ସୁବଳ ସାହୁଙ୍କ ଡେଥ ସାର୍ଟିଫିକେଟ ଦାଖଲ ହୋଇଥିଲା । ମାମଲାର ଶୁଣାଣି କରି ଗତ ୧୬ ତାରିଖରେ ମାମଲା ଆଉ ଆଗକୁ ଚାଲିପାରିବ ନାହିଁ ବୋଲି ରାୟ ଦେଇଥିଲେ ହାଇକୋର୍ଟ । ଏହାପରେ ବିଜେପୁର ଉପନିର୍ବାଚନ ପାଇଁ ରାସ୍ତା ସଫା ହୋଇଛି ।